କନକ ବ୍ୟୁରୋ: ବିଶ୍ୱକପର ପ୍ରଥମ ସେମିଫାଇନାଲ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆଉ ଏହା ପୂର୍ବରୁ ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇ ଯାଇଛି ମାଇଣ୍ଡ ଗେମ୍ । ଏଥର ବିଶ୍ୱକପରେ ନିଜର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇଥିବା ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇଗଲାଣି ମାଇଣ୍ଡ୍ ଗେମ୍ । ମ୍ୟାଚ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ପୂର୍ବତନ ଖେଳାଳି ରସ ଟେଲର କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ୨୦୧୯ ବିଶ୍ୱକପର ସେମିଫାଇନାଲ କଥା ମନେ ପକାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ପୂର୍ବତନ ଖେଳାଳି ରସ ଟେଲର । ସେ କହିଛନ୍ତି ଟିମ୍ ଇଣ୍ଡିଆ ଉପରେ ଚାପ ରହିବ । ନ୍ୟୁଜିଲ୍ୟାଣ୍ଡ ସହ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ ଖେଳାଳୀ ଅସ୍ଥିର ଅଛନ୍ତି । କାରଣ ୨୦୧୯ ଭଳି ଏଥର ମଧ୍ୟ ଭାରତ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ନ୍ୟୁଜିଲ୍ୟାଣ୍ଡ ଲିଗ୍ ପର୍ଯ୍ୟାୟର ୯ ଟି ମ୍ୟାଚରୁ ୫ ଟି ଜିତି ପଏଂଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ଭାରତ ହୋମ ଗ୍ରାଉଣ୍ଡରେ ଖେଳୁଥିବାରୁ ଫେଭରାଇଟ୍ ଟିମ ଭାବେ ବିଶ୍ୱକପରେ ଉଭା ହୋଇଛି । କିନ୍ତୁ ଯେତେବେଳେ ନ୍ୟୁଜିଲ୍ୟାଣ୍ଡର ହାରିବା ପାଇଁ ଭୟ ନାହିଁ । ତେଣୁ ତାଙ୍କ ଦଳ ଭୟଙ୍କର ହୋଇପାରେ ବୋଲି କହିଛନ୍ତି ଟେଲର ।
ସେପଟେ ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ଆରନ୍ ଫିଞ୍ଚ କହିଛନ୍ତି, ଏଥର ବିଶ୍ୱକପ୍ ଭାରତୀୟ ଟିମ୍ ହାତେଇବ । ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁ ଫିଲ୍ଡରେ ଭଲ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଖେଳାଳି । ତେଣୁ ଏଥର ବିଶ୍ୱକପ୍ ଭାରତ ପାଖକୁ ଯିବ ।
ସେମିଫାଇନାଲ ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟର ସୁନିଲ ଗାଭାସ୍କର ବଡ ପ୍ରତିକ୍ରିୟା ରଖିଛନ୍ତି । ଗାଭାସ୍କର କହିଛନ୍ତି ଦୀର୍ଘ-ବର୍ଷ ପରେ ଭାରତ ନିଜ ହୋମ୍ ଗ୍ରାଉଣ୍ଡରେ ବିଶ୍ୱକପ୍ ଖେଳୁଛି । ଦଳ ବେଶ ଭଲ ସ୍ଥିତିରେ ରହିଛି ଓ ପାଣିପାଗ ମଧ୍ୟ ସୁହାଉଛି । ବିଶ୍ୱକପ ଜିତିବା ପାଇଁ ଏହା ସୁବର୍ଣ୍ଣ ମୌକା ଅଟେ ।
ବୁଧବାର ବିଶ୍ୱକପର ପ୍ରଥମ ସେମିଫାଇନାଲ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ- ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳଯିବ । ଏହାପୂର୍ବରୁ ସାରା ଦେଶରେ ବଢି ଗଲାଣି କ୍ରିକେଟ୍ ଫିଭର । ପ୍ରଥମ ଥର ପାଇଁ ବିଶ୍ୱକପ୍ ଇତିହାସରେ ଲଗାତାର ୯ଟି ମ୍ୟାଚ୍ ଜିତି ରେକର୍ଡ ସୃଷ୍ଟି କରିଛି ଭାରତୀୟ କ୍ରିକେଟ୍ ଟିମ୍ । ଆଉ ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍ ବେଶ୍ ରୋମାଂଚକର ହେବାକୁ ଯାଉଛି । କାରଣ ୨୦୧୯ ବିଶ୍ୱକପ୍ ବେଳେ ଏହି ନ୍ୟୁଜିଲାଣ୍ଡ ଟିମ୍ ଠାରୁ ସେମିଫାଇନାଲରେ ହାରି ଯାଇଥିଲା ଭାରତ । ସେହି ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି ଭାରତ ।