କନକ ବ୍ୟୁରୋ: ଆପଣ ନିହାତି ଶୁଣିଥିବେ, କିମ୍ବା କିଏ ଆପଣଙ୍କୁ କହିଥିବେ ଅମୁକ ବ୍ୟକ୍ତି ଆପଣଙ୍କ ମନକୁ ପଢିପାରିବେ । ଆପଣ ସ୍ୱପ୍ନରେ କଣ ଦେଖୁଛନ୍ତି ତାହା ବି କହିପାରିବେ । ଅନେକ ଏହାକୁ ଗ୍ରହଣ ବି କରନ୍ତି । ତେବେ ୨୦୨୩ ମସିହାରେ ଏହି କାମ ମଣିଷ ନୁହେଁ ମେଶିନ କରିପାରିବ । ଠିକ ଶୁଣୁଛନ୍ତି ଆପଣ । ବର୍ଷ ୨୦୨୩ରୁ ଆରମ୍ଭ ହୋଇଥିବା ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସ ଜନପ୍ରିୟ ହୋଇପାରିଛି । ଏହାର ଅନେକ ନୂଆ ନୂଆ ରୂପ ସାମ୍ନାକୁ ଆସିପାରିଛି ।

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାର୍ଯ୍ୟରେ ଗୋଟିଏ ନୂଆ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଏହି ପ୍ରକ୍ରିୟାରେ ମଣିଷର ମନକୁ ପଢାଯାଇପାରିବ । ରିପୋର୍ଟ ଅନୁସାରେ ୟୁନିଭର୍ସିଟି ଅଫ୍ ଟେକ୍ସାସରେ ଏକ ନୂଆ ଏଆଇ ମଡେଲ ପ୍ରସ୍ତୁତ କରାଯାଇଛି । ଏହା ମଣିଷର ବିଚାରକୁ ପଢିପାରିବ । ଏହି ଏଆଇ ସିଷ୍ଟମକୁ ସେମେଣ୍ଟିକ ଡିକୋର୍ଡର କୁହାଯାଉଛି ।

ଏହି ସିଷ୍ଟମ ମଣିଷ ମନରେ ଚାଲିଥିବା କଥାକୁ ଟେକ୍ସଷ୍ଟରେ ପରିବର୍ତ୍ତନ କରିପାରେ । ଏହି ଗବେଷଣାକୁ ଜେରୀ ଟାଙ୍କ ଏବଂ ଆଲେକ୍ସ ହୁଥ ନେତୃତ୍ୱ ନେଉଛନ୍ତି । ଜେରି ଟ୍ୟାଙ୍ଗ ଏବଂ ଆଲେକ୍ସ ହୁଥଙ୍କ ଗବେଷଣା ଆଂଶିକ ଭାବେ ଟ୍ରାନସଫରମର ମଡେଲ ଉପରେ ପର୍ଯ୍ୟବେଷିତ । ଏହାର ବ୍ୟବହାର ଗୁଗୁଲ ବାର୍ଡ ଏବଂ ଓପନ ଏଆଇ ଚ୍ୟାଟ୍ ଜିପିଟିରେ କରାଯାଇଛି । ଏହି ନୂଆ ଉଦଭାବନ ପରେ ବୈଜ୍ଞାନିକଙ୍କ ଆଶା ରହିଛି ଯେ ଏହା ଦ୍ୱାରା ଦିବ୍ୟାଙ୍ଗ ଏବଂ ପକ୍ଷାଘାତରେ ପିଡୀତ ଲୋକଙ୍କ ସମସ୍ୟାର ସମାଧାନ କରାଯାଇପାରିବ । ଏହା ମସ୍ତିଷ୍କର ପ୍ରତ୍ୟେକ ହରକତକୁ ଟେକ୍ସଷ୍ଟରେ ଷ୍ଟ୍ରିମ କରିପାରିବ । ଅର୍ଥାତ ଏଆଇ ଦ୍ୱାରା ମଣିଷର ବିଚାରକୁ ପଢାଯାଇପାରିବ ।

ନ୍ୟୁରୋ ସାଇନ୍ସ କିମ୍ବା ମେଡିକାଲ ସାଇନ୍ସର ଇତିହାସରେ ଏଭଳି କେବେ ହୋଇନାହିଁ । ଏହି ଅନୁଧ୍ୟାନକୁ ସଫଳ କରିବା ପାଇଁ ତିନି ଜଣଙ୍କୁ ଏମଆରଆଇ ମେସିନ ମଧ୍ୟକୁ ପଠାଯାଇଥିଲା । ସେମାନଙ୍କୁ କାହାଣୀ ଶୁଣିବାକୁ କୁହାଯାଇଥିଲା । ବୈଜ୍ଞାନିକଙ୍କ ଦାବି ହେଉଛି ଯେ ବିନା କୌଣସି ଇମ୍ପ୍ଲାଣ୍ଟ ସାହାର୍ଯ୍ୟରେ ଲୋକଙ୍କ ବିଚାରକୁ ଶବ୍ଦରେ ପରିଣତ କରାଯାଇପାରିବ ।

ଧ୍ୟାନରେ ରଖନ୍ତୁ ଯେ ମାଇଣ୍ଡ ରିଡିଂ ଟେକନୋଲୋଜି କୌଣସି ମଣିଷର ବିଚାର ମୁଖ୍ୟ ଜିନିଷକୁ ଏକତ୍ରିତ କରିପାରେ । ଏହା ଦ୍ୱାରା ମଣିଷର ମନକୁ ସମ୍ପୂର୍ଣ୍ଣ ଭାବେ ପଢାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଅନୁସାରେ ଏଆଇ ସିଷ୍ଟମ କୌଣସି ବି ମଣିଷର ବିଚାରକୁ ଶବ୍ଦରେ ପରିଣତ କରିଥାଏ । ତେବେ, ବର୍ତ୍ତମାନ ଏହାକୁ ଟ୍ରେନିଂ ଦିଆଯାଉଛି । ସେପଟେ କିନ୍ତୁ କିଛି ଜଣ ମଣିଷର ଗୋପନୀୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।