କଂଗ୍ରେସରୁ ଇସ୍ତଫା ଦେବାକୁ ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କ ଧମକ : କହିଲେ ଦଳକୁ ଦୁର୍ବଳ କରିବା ପାଇଁ ଚାଲିଛି ଷଡଯନ୍ତ୍ର

416

କନକ ବ୍ୟୁରୋ : କଂଗ୍ରେସରୁ ଇସ୍ତଫା ଦେବାକୁ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପତ୍ନୀ ମୀନାକ୍ଷୀ ବାହିନୀ ପତିଙ୍କ ଧମକ । କଂଗ୍ରେସ ଦଳରେ କିଛି ଠିକ୍ ଚାଲିନଥିବା ଅଭିଯୋଗ କରିବା ସହ କୋରାପୁଟ ସାଂସଦ ଓ ପିସିସି ସଭାପତି ଦଳକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମନୀକ୍ଷୀ । ଜିଲ୍ଲା ସଭାପତିଙ୍କ ବିରୋଧରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ଶୃଙ୍ଖଳା ଭଙ୍ଗ କରିଥିବା ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେଶିକା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତ୍ତେ ପ୍ରଶୟ ଦିଆଯାଉଛି ।

ଅପରପକ୍ଷେ ଜୟପୁର ବିଧାୟକଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରାଯାଉଛି । କୋରାପୁଟରେ ଏମପି ସାମ୍ବାଦିକ ସମ୍ମିଳନୀ ଡକାଇଥିବେ । ସେଥିରେ କୈଳାଶ କୁଲେଶିକାଙ୍କୁ ମଂଚରେ ବସିବାକୁ ଦିଆଯାଇଥିଲା କିନ୍ତୁ ଜୟପୁର ବିଧାୟକଙ୍କୁ ଡକାଯାଇନଥିଲା । ଦଳର ସଂଗଠନକୁ ଦୁର୍ବଳ କରିବାକୁ ଚାଲିଛି ଷଡଯନ୍ତ୍ର । ଏଭଳି ଚାଲିଲେ ଆଗାମୀ ଦିନରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟକୁ ଯାଇ ହଜାର ହଜାର କର୍ମୀଙ୍କ ଗହଣରେ ଦଳ ଛାଡିବି ।