କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ମାନସ ମନ୍ଥନ । ଜିଲ୍ଲା ସଭାପତି ଓ ପଯ୍ୟବେକ୍ଷକଙ୍କ ବୈଠକ ଚାଲିଥିବା ବେଳେ ଯୋଗ ଦେଇନାହାନ୍ତି କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି । ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପତ୍ନୀ ହେଉଛନ୍ତି ମିନାକ୍ଷୀ ବାହିନୀପତି । ଆଗକୁ ଆସୁଥିବା ପଂଚାୟତ ଓ ପୌର ନିର୍ବାଚନ ପାଇଁ ଏହି ବୈଠକରେ ରଣନୀତି ପ୍ରସ୍ତୁତ ହେଉଥିବା ବେଳେ ମିନକ୍ଷୀ ବାହିନୀପତି ଯୋଗ ନଦେବା କଂଗ୍ରେସ ରାଜନୀତିକୁ ଗୋଳିଆ କରିଛି । କିଛି ଦିନ ତଳେ ପିସିସି ସଭାପତିଙ୍କ ବିରୋଧରେ ବିଷୋଦଗାର କରିଥିଲେ ତାରାପ୍ରସାଦ ବାହିନୀପତି । କୋରାପୁଟ କଂଗ୍ରେସରେ ବିଧାୟକ ଓ ସାଂସଦ ୨ ଗୋଷ୍ଠୀ ହୋଇ କାମ କରୁଥିବା ଚର୍ଚ୍ଚା ହେଉଛି ।
ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ମାନସ ମନ୍ଥନ : ବୈଠକରେ ଯୋଗ ଦେଲେନି କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି
/kanak/media/post_attachments/wp-content/uploads/2021/08/25-17.jpg)