ସମୁଦ୍ର ମୁହାଁ କୋଟି କୋଟି କଇଁଛ ଛୁଆ। ଗହୀରମଥାରେ ଗତ ଫେବୃଆରୀରେ ସାମୂହିକ ଅଣ୍ଡାଦାନ କରିଥିଲେ ମା’ କଇଁଛ।

Advertisment
ସମୁଦ୍ର ମୁହାଁ କୋଟି କୋଟି କଇଁଛ ଛୁଆ। ଗହୀରମଥାରେ ଗତ ଫେବୃଆରୀରେ ସାମୂହିକ ଅଣ୍ଡାଦାନ କରିଥିଲେ ମା’ କଇଁଛ।

କନକ ବ୍ୟୁରୋ: ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ଗହୀରମଥା । କଇଁଛଙ୍କ ଅନ୍ତୁଡିଶାଳ କୁହାଯାଉଥିବା ଏହି ଗହୀରମଥାରେ ଅଣ୍ଡାରୁ ଫୁଟି ବାହାରିଛନ୍ତି କଇଁଛ ଶାବକ । ଗୋଟିଏ କି ଦୁଇଟି ନୁହେଁ ୨କୋଟି କଇଁଛ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗହୀରମଥାରେ ବହୁତ ମା’କଇଁଛ ଅଣ୍ଡାଦାନ କରିଥିବା ବେଳେ ଏବେ କଇଁଛ ଶାବକ ବାହାରି ସମୁଦ୍ର ଭିତରକୁ ଯିବାରେ ଲାଗିଛନ୍ତି ।

ଶନିବାରଠାରୁ ଗୁରୁବାର ଏହି ୫ ଦିନ ଭିତରେ ୨କୋଟି ୨୮ ଲକ୍ଷ୫୨ ହଜାର ୧୫୫ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯାଇଛନ୍ତି । ଶନିବାର ଦିନ ସମୁଦ୍ର ଭିତରକୁ ୩୭ଲକ୍ଷ ୯୫ହଜାରରୁ ଅଧିକ କଇଁଛ ଛୁଆ ଯାଇଥିବା ବେଳେ ଗୁରୁବାର ଦିନ ୨ହଜାର କଇଁଛ ଶାବକ ସମୁଦ୍ର ଭିତରକୁ ଯାଇଥିବା ରେକର୍ଡ ହୋଇଛି । ତେବେ ଗତବର୍ଷ ଅପେକ୍ଷା ୧୧ହଜାର ଅଧିକ କଇଁଛ ଅଣ୍ଡାଦାନ କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe