କନକ ବ୍ୟୁରୋ: ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି ଗହୀରମଥା । କଇଁଛଙ୍କ ଅନ୍ତୁଡିଶାଳ କୁହାଯାଉଥିବା ଏହି ଗହୀରମଥାରେ ଅଣ୍ଡାରୁ ଫୁଟି ବାହାରିଛନ୍ତି କଇଁଛ ଶାବକ । ଗୋଟିଏ କି ଦୁଇଟି ନୁହେଁ ୨କୋଟି କଇଁଛ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗହୀରମଥାରେ ବହୁତ ମା’କଇଁଛ ଅଣ୍ଡାଦାନ କରିଥିବା ବେଳେ ଏବେ କଇଁଛ ଶାବକ ବାହାରି ସମୁଦ୍ର ଭିତରକୁ ଯିବାରେ ଲାଗିଛନ୍ତି ।
ଶନିବାରଠାରୁ ଗୁରୁବାର ଏହି ୫ ଦିନ ଭିତରେ ୨କୋଟି ୨୮ ଲକ୍ଷ୫୨ ହଜାର ୧୫୫ ଶାବକ ଅଣ୍ଡାରୁ ବାହାରି ସମୁଦ୍ର ଭିତରକୁ ଯାଇଛନ୍ତି । ଶନିବାର ଦିନ ସମୁଦ୍ର ଭିତରକୁ ୩୭ଲକ୍ଷ ୯୫ହଜାରରୁ ଅଧିକ କଇଁଛ ଛୁଆ ଯାଇଥିବା ବେଳେ ଗୁରୁବାର ଦିନ ୨ହଜାର କଇଁଛ ଶାବକ ସମୁଦ୍ର ଭିତରକୁ ଯାଇଥିବା ରେକର୍ଡ ହୋଇଛି । ତେବେ ଗତବର୍ଷ ଅପେକ୍ଷା ୧୧ହଜାର ଅଧିକ କଇଁଛ ଅଣ୍ଡାଦାନ କରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/13-2.jpg)