କନକ ବ୍ୟୁରୋ : କାନ୍ଥ ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି । ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନାରେ ଏନେଇ ଅଭିଯୋଗ ହୋଇଛି । ଝରିଗାଁରେ ଥିବା ଗୌରୀଶଙ୍କର ମୋବାଇଲ ଦୋକାନର ପଛପଟ କାନ୍ଥ ଭାଙ୍ଗି ଦୁର୍ବୃତମାନେ ଦୋକାନରେ ଫଶି ୨୦ରୁ ଅଧିକ ମୋବାଇଲ ଚୋରି କରିଛନ୍ତି ।
ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ଉପରେ ହେବ ବୋଲି ଅଭିଯୋଗ କରିଛନ୍ତି ଦୋକାନୀ । ମୋବାଇଲ ଚୋରି କରିବା ସହ ଦୁର୍ବୃତମାନେ ସିସିଟିଭ କ୍ୟାମେରାର ହାର୍ଡ ଡିସ୍କ ମଧ୍ୟ ନେଇଯାଇଛନ୍ତି । ତେବେ ଦୋକାନରେ ଥିବା ଟଙ୍କାକୁ ନେଇ ନାହାନ୍ତି । ତେଣୁ ଚୋରି କରିବା ସମୟରେ କାଳେ କିଏ ଆସିଯିବ ସେହି ଭୟରେ ଦୁର୍ବୃତମାନେ ଦୋକାନରେ ଥିବା ଟଙ୍କା ନେଇନଥିବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/23-9.jpg)