ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।

Advertisment
ଆକାଶ ମାର୍ଗରୁ ବର୍ଷାଇଲେ ଲକ୍ଷ ଲକ୍ଷ ଟଙ୍କା । ଅଭିନେତାଙ୍କ ଏଭଳି କାମରେ ସମସ୍ତେ ଚକିତ ।

କନକ ବ୍ୟୁରୋ: ଚେକୋସ୍ଲୋଭାକିଆର ଟିଭି କଳାକାର କାମିଲ ବାର୍ତୋସେକ ଏଭଳି କାମ କରିଛନ୍ତି ଯାହା ସାରା ବିଶତବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଆକାଶ ମାର୍ଗରୁ ହେଲିକପ୍ଟରରୁ ବର୍ଷା କରିଛିନ୍ତି ଲକ୍ଷ ଲକ୍ଷ ଟଙ୍କା । ଆକାଶମାର୍ଗରେ ଥାଇ ଏକ ହେଲିକପ୍ଟରରୁ ତଳେ ଅପେକ୍ଷାରତ ସମର୍ଥକମାନଙ୍କ ଉପରକୁ ୧୦ ଲକ୍ଷ ଡଲାର ଅର୍ଥ ବର୍ଷା କରିଛନ୍ତି। ସ୍ପେନୀୟ ଅପରାଧଭିତ୍ତିକ ଧାରାବାହିକ ‘ମନି ହାଇଷ୍ଟ୍‌’ ଢଙ୍ଗରେ ତାଙ୍କର ଏହି କାରନାମା ଚର୍ଚ୍ଚାର ବିଷୟ ହୋଇଛି। ବାର୍ତୋସେକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏ ପ୍ରତିଯୋଗିତାର ଘୋଷଣା କରିଥିଲେ। ତେବେ ଉକ୍ତ ପ୍ରତିଯୋଗିତାର ଅଭିନବ ଦିଗଟି ହେଲା ଏଥିରେ ଭାଗ ନେଉଥିବା ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ଲାଗି ସେ ପ୍ରତିଶ୍ରୁତି ଦେଇଥିଲେ।

ଭାଗ ନେଇଥିବା ପ୍ରତ୍ୟେକ ପ୍ରତିଯୋଗୀ ଏକ ଇ-ମେଲ୍‌ ପାଇଥିଲେ, ଯେଉଁଥିରେ ଏକ ଅଜ୍ଞାତ ସ୍ଥାନର ବିବରଣୀ ରହିଥିଲା। ବାର୍ତୋସେକ୍‌ ୧୦ ଲକ୍ଷ ଡଲାର୍‌ର ନୋଟଗୁଡ଼ିକୁ ଏକ ବିଶାଳ ଧାତବ ବାକ୍ସରେ ଭର୍ତ୍ତି କରି ଏକ ହେଲିକପ୍ଟର ଯୋଗେ ଆକାଶରେ ଝୁଲାଇ ରଖିଥିଲେ। ଶେଷରେ ସେହି ବହୁ ପ୍ରତୀକ୍ଷିତ ରୋମାଞ୍ଚକର ମୁହୂର୍ତ୍ତ ଆସିଥିଲା, ଯେତେବେଳେ ବାର୍ତୋସେକ୍‌ ଦଶ ଲକ୍ଷ ଡଲାରର ଉପହାରକୁ ଆକାଶରୁ ତଳକୁ ବିଛାଡ଼ି ଦେଇଥିଲେ। ଆଉ ତଳେ ଅପେକ୍ଷା କରିଥିବା ଦର୍ଶକମାନେ ତାହାକୁ ଗୋଟାଇବା ଆରମ୍ଭ କରିଥିଲେ। ବାର୍ତୋସେକ୍‌ଙ୍କର ଏଭଳି କାର୍ୟ୍ୟକୁ ଅନେକ ପ୍ରଶଂସା କରି ତାଙ୍କୁ ଜଣେ ‘ଉଦାର ସେଲିବ୍ରିଟି’ର ଆଖ୍ୟା ଦେଇଥିବା ବେଳେ ଅନେକ ତାଙ୍କର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe