କନକ ବ୍ୟୁରୋ : ଋଣ ନାଁରେ ଶତାଧିକ ଚାଷୀଙ୍କୁ ଠକେଇ । ଚାଷୀ ଋଣ ନେଇ ନାହାନ୍ତି କି ରୁଣ ଟଙ୍କା ପାଇ ନାହାନ୍ତି । ହେଲେ ଚାଷୀଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ଆଉ ଋଣ ପରିଶୋଧ ପାଇଁ ଚାଷୀଙ୍କ ପାଖକୁ ନୋଟିସ ଆସୁଛି । ଏଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲାରୁ । କୁନ୍ଦ୍ରା ବ୍ଳକର ଲ୍ୟାମ୍ପସରେ ଚାଷୀଙ୍କ ଖାତାରେ ଲକ୍ଷ ଲକ୍ଷ ଟଙ୍କା ଋଣ କରାଯାଇଛି । ଚାଷୀଙ୍କ ପାଖକୁ ଋଣ ସୁଧ ପରିଶୋଧ କରିବା ପାଇଁ ନୋଟିସ ଆସିବା ପରେ ଏହି ଚଞ୍ଚକତା ପଦାରେ ପଡିଛି ।
ଲ୍ୟାମ୍ପସର କର୍ମଚାରୀମାନେ ଚାଷୀଙ୍କ ପାସବୁକ, ଚେକବୁକ ସବୁ ପାଖରେ ରଖି ଏହି କାରସାଦି କରିଥିବା ଅଭିଯୋଗ ହୋଇଛି । ଏପରି କି ଶତାଧିକ ଚାଷୀଙ୍କ ଖାତାରୁ ଏକ କୋଟିରୁ ଅଧିକ ଟଙ୍କା ଉଠାଣ ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଲ୍ୟାମ୍ପସ କର୍ମଚାରୀଙ୍କୁ ପଚାରିଲେ କିଛି ଉତ୍ତର ମିଳୁନଥିବା କହିଛନ୍ତି ଚାଷୀ । ସୂଚନା ଅନୁସାରେ ୨୦୧୬ରୁ ୨୦୧୮ ମସିହାରେ କିଛି ଚାଷୀ ରୁଣ କରିଥିଲେ ।
ଋଣର କିସ୍ତି ମଧ୍ୟ ପରିଶୋଧ କରୁଥିଲେ । କିଛି ଦିନ ପରେ ଲ୍ୟାମ୍ପସ କର୍ମଚାରୀ ପାସବୁକ ଅପଡେଟ ନାଁରେ ଚାଷୀଙ୍କ ପାସବୁକକୁ ନେଇ ଆଉ ଫେରାଇନଥିଲେ । ଏବେ ଜଣାପଡୁଛି ଚାଷୀଙ୍କ ନାଁରେ ଋଣ କରି ଲ୍ୟାମ୍ପସ କର୍ମଚାରୀ ହଡପ କରିଛନ୍ତି । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାରୁ ସେ କହିଛନ୍ତି ତଦନ୍ତ କରାଯିବ, ତଦନ୍ତରେ ଅଭିଯୋଗ ସତ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Screen-Shot-2023-03-21-at-7.56.40-AM.jpg)