କନକ ବ୍ୟୁରୋ : ଛାଡଖାଇରେ ବିକ୍ରି ହେଲା କୋଟିଏରୁ ଅଧିକ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱର ଜମିଛି ଆମିଷ ବଜାର । ମିଳିଥିବା ତଥ୍ୟ ଅନୁସାରେ, ବୁଧବାର ରାଜଧାନୀରେ ଏକ କୋଟି ଏକ ଲକ୍ଷ ଟଙ୍କାର ମଟନ୍ ବିକ୍ରି ହୋଇଛି ।

Advertisment

ସେହିପରି ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ ବିକ୍ରି ହୋଇଛି । ମୋଟ ୨କୋଟି ୭୫ ଲକ୍ଷ ଟଙ୍କାର ଆମିଷ କାରବାର ହୋଇଥିବା ଅଲ ଓଡିଶା ଆମିଷ ବ୍ୟବସାୟୀ ମହାସଂଘ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ଛାଡଖାଇ ମଙ୍ଗଳବାର ପଡିଥିବାରୁ ଏହା ଟିକେ ଫିକା ପଡି ଯାଇଥିଲା । ତେବେ ବୁଧବାର ଆମିଷ ବଜାର ବେଶ ଜମିଥିଲା । ତେବେ ଗତବର୍ଷ ତୁଳନାରେ ଛାଡଖାଇ ବେପାର ଟିକେ ମାନ୍ଦା ପଡିଯାଇଛି । ଗତ ବର୍ଷ ଛାଡଖାଇରେ ୪ କୋଟିରୁ ଅଧିକ ବେପାର ହୋଇଥିଲା ।