ଆକାଶରେ ଚାନ୍ଦ ଦିଶିଲା, ଆସନ୍ତାକାଲି ଦେଶବ୍ୟାପି ଧୂମଧାମରେ ପାଳନ ହେବ ‘ଇଦ୍’ ।

193

ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ ‘ଇଦ’ ଆସନ୍ତାକାଲି ତଥା ଜୁନ୍ ୫ରେ ପାଳନ ହେବ। ଜାମା ମସଜିଦର ଶାହୀ ଇମାମ୍ ସୟଦ ଅହମଦ୍ ବୁଖାରୀ ବୁଧବାର ଏହି ଘୋଷଣା କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଇଦ ଚାନ୍ଦ ଦେଖାଯାଇଥିଲା। ଇଦ ପର୍ବ ଉତ୍ସାହର ସହିତ ଦେଶବ୍ୟାପୀ ପାଳନ ହେବ। ଏହି ସୂଚନା ମିଳିବା ପରେ ମୁସଲମାନ୍ ସଂପ୍ରଦାୟର ଲୋକେ ରୋଜା ଭାଙ୍ଗିଛନ୍ତି।

ମୁସଲିମ୍ ବହୁଳ ଅଂଚଳରେ ଖୁସିରେ ଆତସବାଜୀ ପ୍ରଦର୍ଶନ ମଧ୍ୟ ହୋଇଛି। ଏହା ପରେ ଜଣେ ଅନ୍ୟ ଜଣଙ୍କୁ ଆଲିଙ୍ଗନ କରି ‘ଇଦ’ ଶୁଭେଚ୍ଛା ଜଣାଇଛନ୍ତି। ଏହା ପୂର୍ବରୁ ରୋଜା ରଖୁଥିବା ମୁସଲମାନ ଭାଇମାନେ ଛାତ ଉପରକୁ ଚଢ଼ି ଚାନ୍ଦ ଦେଖିବାକୁ ବହୁ ସମୟ ଦେଇଥିଲେ। ଆକାଶ ନିର୍ମଳ ଥିଲା। ଏଥି ପାଇଁ ଅଳ୍ପ ସମୟ ମଧ୍ୟରେ ଚାନ୍ଦ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଇଦ୍ ମୁସଲମାନଙ୍କର ଏକ ପବିତ୍ର ପର୍ବ। ପ୍ରାୟତଃ ରମଜାନର ଶେଷ ଦିନରେ ଏହି ଦିବସଟିକୁ ପାଳନ କରାଯାଏ।ଏହି ଦିନ ମୁସଲମାନ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦର ଶୁଭେଚ୍ଛା ଜଣାଇଥାନ୍ତି। ମୁସଲିମ୍ ସମ୍ପ୍ରଦାୟର ପୁରୁଷମାନେ ମସଜିଦ୍ ଯାଇ ନମାଜ ପାଠ କରିଥାନ୍ତି। ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ପରମ୍ପରା ରହିଛି।

ସମଗ୍ର ଦେଶ ସହିତ ଓଡ଼ିଶାରେ ମଧ୍ୟ ବୁଧବାର ପବିତ୍ର ଇଦ୍ ପାଳନ ହେବ। କଟକ ଅଞ୍ଜୁମନ ଇସଲାମିଆ ଚାନ୍ଦ କମିଟି ପକ୍ଷରୁ ଏହା ଘୋଷଣା କରାଯାଇଛି। ଚାନ୍ଦ ଦିଶିବା ପରେ ମୁସଲମାନ ସଂପ୍ରଦାୟର ଲୋକେ ରୋଜା ଭାଙ୍ଗିଛନ୍ତି।