ବିଲ ହୁଡ଼ା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ । ବିଲ ହୁଡା ମରାମତି କରିବା ଲାଗି ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ହୋଇଛି ଲୁଟ୍

276

କନକ ବ୍ୟୁରୋ : ବିଲ ହୁଡ଼ା ନାମରେ ଲକ୍ଷାଧିକ ଟଙ୍କା ହଡ଼ପ । କରୋନା ସମୟରେ କେହି ବାହାରକୁ ନବାହାରିବା ସୁଯୋଗନେଇ, ପଂଳକ ଲଗାଇ ବିଲ କରାଇଲେ ନିଜେ ଜିଆରଏସ୍ । ଭଂଜାନଗର ବ୍ଳକର ଲେମ୍ଭେଇ ପଂଚାୟତରୁ ଆସିଛି ଦୁର୍ନୀତି ଅଭିଯୋଗ । ଆରଟିଆଇ ତଥ୍ୟ ମାଗିବା ପରେ ଧରାପଡିଥିଲା ଏହି କଳାକାରନାମା ।

ବିଲ ହୁଡା ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ସରକାରୀ ତହବିଲରୁ ଲୁଟ୍ ହୋଇଛି । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକର ଲେମ୍ଭେଇ ପଂଚାଇତରୁ ଆସିଛି ଏଭଳି ଅଭିଯୋଗ । ଜଣେ ଚାଷୀ ଆରଟିଆଇ ତଥ୍ୟ ମାଗିବା ପରେ ଦୁର୍ନୀତିର ଗୁମର ପଦାକୁ ଆସିଛି ।

କରୋନା ସମୟରେ କେହି ଘରୁ ବାହାରୁନଥିବା ବେଳେ ବିଲ ହୁଡା କାମର ଫଳକ ଲଗାଇ ମିଛ ବିଲ କରି ଟଙ୍କା ଉଠାଯାଇଛି । ସରପଂଚ ଓ ଜିଆରଏସ ଗାଁର କିଛି ଲୋକଙ୍କୁ କାଗଜରେ ବିଲ ହୁଡା କାମର ଶ୍ରମିକ ସଜାଇ ତାଙ୍କ ନାମରେ ବିଲ କରି ହରିଲୁଟ୍ କରିଛନ୍ତି । ମୃତ ଲୋକଙ୍କ ନାମରେ, ଚାକିରିଆ ଓ ଜିଆରଏସଙ୍କ ସଂପର୍କୀୟଙ୍କ ନାଁରେ ଟଙ୍କା ଉଠାଇଥିବା ଅଭିଯୋଗ ହୋଇଛି । ଏପରିକି ଆଧାର ଲିଙ୍କ, ଭତା କରାଇ ଦେବୁ ବୋଲି ଲୋକଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠିଥିବା ଅଭିଯୋଗ ହୋଇଛି ।

ଲମ୍ଭେଇ ଗାଁରେ ଆଦୌ ବିଲ ହୁଡା କାମ ନକରି ଲକ୍ଷ ଲକ୍ଷ ଟଙ୍କା ହଡପ କରାଯାଇଛି । ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।