ବନ୍ଧାହେଲେ କୋଟିପତି ହିନ୍ଦୀ ଶିକ୍ଷକ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ ; କାଲି ଏକକାଳୀନ ୧୦ଟି ସ୍ଥାନରେ ଚଢାଉ କରିଥିଲା ଭିଜିଲାନ୍ସ, ଶିକ୍ଷକ ଭୁବନାନନ୍ଦଙ୍କ ୪କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ 

730

କନକ ବ୍ୟୁରୋ : କୋଟିପତି ହିନ୍ଦୀ ଶିକ୍ଷକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କରିଛି ଭିଜିଲାନ୍ସ । ଶିକ୍ଷକଙ୍କ ସମ୍ପତ୍ତିି ୪.୯୩ କୋଟି । ଆୟ ବହିର୍ଭୂତ ସମ୍ପତ୍ତିି ମାମଲାରେ ଫସିଛନ୍ତି ଗଂଜାମ ଜିଲ୍ଲା ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ । ତାଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଶିକ୍ଷକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁର ବ୍ରହ୍ମାନଗର ଠାରେ ୫ ମହଲା କୋଠା ମୂଲ୍ୟ ୧କୋଟି ୮୬ ଲକ୍ଷ ୬୩ ହଜାର ୧୬୫ ଟଙ୍କା ଥିବା ଆକଳନ କରାଯାଇଛି । ବୈକୁଣ୍ଠନଗର ଦ୍ୱିତୀୟ ଲେନ ସ୍ଥିତ ୩ ମହଲା କୋଠାର ମୂଲ୍ୟ ୧ କୋଟି ୧୨ ଲକ୍ଷ ଟଙ୍କା ଆକଳନ କରାଯାଇଛି । ଏହି କୋଠାଟି ଶିକ୍ଷକଙ୍କ ପତ୍ନୀଙ୍କ ନାମରେ ରହିଛି ।

ସେହିପରି ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ୧୦ଟି ପ୍ଳଟ ଥିବା ବେଳେ  ଗୋପଳପୁର, ଭୁବନେଶ୍ୱର, ପୁରୀ, ସମେତ ଏକାଧିକ ସ୍ଥାନରେ ରହିଛି ପ୍ଲଟ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଟିମର ପ୍ରାୟ ୫୦ ଜଣ ଅଫିସର ଓ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଭିଜିଲାନ୍ସ ଏସ୍ପି ଅନୀଲ ପାତ୍ରଙ୍କ ପ୍ରତ୍ୟତତ୍ୱାବଧାନରେ ଏହି ଚଢ଼ଉ କରାଯାଇଛି ।