କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଚିଲିକାରୁ ଘରକୁ ଫେରିଗଲେ ବିଦେଶୀ ପକ୍ଷୀ । ଚିଲିକା ନଳବଣରୁ ବିଦେଶକୁ ଫେରିଗଲେ ବିଦେଶାଗତ ପକ୍ଷୀ । ଚିଲିକାରେ ଆଉ ଶୁଭୁନାହିଁ କିଚିରି ମିଚିରି ଶବ୍ଦ । ଗତ ଅକ୍ଟୋବର ମାସର ପ୍ରଥମ ସପ୍ତାହରୁ ବିଦେଶରୁ ପକ୍ଷୀମାନେ ଆସି ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦୀର୍ଘ ୬ ମାସ ଧରି ଚିଲିକାରେ ରହିଥାନ୍ତି । ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ଦୂର ଅତିକ୍ରମ କରି ଚିଲିକା ନଳବଣକୁ ଲକ୍ଷାଧିକ ସଂଖ୍ୟାରେ ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀ ଆସି ସମାଗମ ହୋଇଥିଲେ । ଯାହା ଶୀତ ରୁତୁ ଶେଷହେବା ପରେ ପକ୍ଷୀମାନେ ନିଜନିଜ ଦେଶକୁ ପ୍ରତ୍ୟାବର୍ତନ କରିଛନ୍ତି । ପକ୍ଷୀ ଅଭୟାରଣ୍ୟ ଚିଲିକା ନଳବଣରୁ ପାଣି ଶୁଖିବା ଫଳରେ ବିଦେଶାଗତ ପକ୍ଷୀ ନଳବଣ ଛାଢି ନିଜ ଦେଶକୁ ଚାଲିଯାଇଛନ୍ତିା ।

Advertisment