ବ୍ୟାଙ୍କ ଭିତରେ ବ୍ୟବସାୟୀଙ୍କ ଅଜବ କାଣ୍ଡ, ମାସ୍କ ପିନ୍ଧିବାକୁ କହିବାରୁ କର୍ମଚାରୀଙ୍କୁ ଦେଲେ ଅଜବ ଦଣ୍ଡ

Advertisment
ବ୍ୟାଙ୍କ ଭିତରେ ବ୍ୟବସାୟୀଙ୍କ ଅଜବ କାଣ୍ଡ, ମାସ୍କ ପିନ୍ଧିବାକୁ କହିବାରୁ କର୍ମଚାରୀଙ୍କୁ ଦେଲେ ଅଜବ ଦଣ୍ଡ

କନକ ବ୍ୟୁରୋ : ବିଶ୍ୱରେ କରୋନା ସଂକ୍ରମଣ ଏବେ ଟିକେ କମିଛି । ହେଲେ ବି ସତର୍କତା ଦୃଷ୍ଟିରୁ ଏବେ ବି ଲୋକମାନେ ମାସ୍କ ବ୍ୟବହାର କରୁଛନ୍ତି । ଏହାସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି ମାସ୍କ ଉପରୁ କଟକଣା ଉଠାଇ ନାହିଁ    । ଏଣୁ ଆପଣ ଯେଉଁଠିକି ବି ଯାନ୍ତୁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ । ଯଦି ଆପଣ ମାସ୍କ ନ ପିନ୍ଧିଛନ୍ତି ତେବେ କୌଣସି କାର୍ଯ୍ୟାଳୟକୁ ଆପଣ ପ୍ରବେଶ କରିପାରିବେ ନାହିଁ । ଏନେଇ ସମସ୍ତ କାର୍ଯ୍ୟାଳୟ ଆଗରେ ମାସ୍କ ନାହିଁ ତ ପ୍ରବେଶ ନାହିଁ ବୋଲି ମଧ୍ୟ ଲେଖାଯାଇଛି । ହେଲେ ଚୀନର ଏକ ବ୍ୟାଙ୍କରେ ଜଣେ ବ୍ୟବସାୟୀଙ୍କ କର୍ମଚାରୀ ମାସ୍କ ପିନ୍ଧିବାକୁ କହିବାରୁ ସେ ଏମିତି କାଣ୍ଡ କରିଛନ୍ତି ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଚୀନର ଜଣେ କୋଟିପତି ବ୍ୟବସାୟୀ ବ୍ୟାଙ୍କକୁ ବିନା ମାସ୍କରେ ପ୍ରବେଶ କରୁଥିବା ବେଳେ ବ୍ୟାଙ୍କର ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ ଓ ମାସ୍କ ପିନ୍ଧିବାକୁ କହିଥିଲେ । ହେଲେ ମାତ୍ର ଏତିକି କଥାରେ ବ୍ୟବସାୟୀ ଜଣଙ୍କ ଏତେ ରାଗି ଯାଇଥିଲେ କି ତାଙ୍କର ବ୍ୟାଙ୍କରେ ଥିବା ସମସ୍ତ ଟଙ୍କା ଉଠାଇ ଆଣିବା ସହ ସୁରକ୍ଷା କର୍ମୀଙ୍କୁ ଖରାପ ବ୍ୟବହାର କରିଥିଲେ ।

publive-image

ସୂଚନା ମୁତାବକ ସାଂଘାଇ ରୋଡରେ ଥିବା ‘ବ୍ୟାଙ୍କ ଅଫ୍ ସାଂଘାଇ’ କୁ ଯାଇଥିବା ଜଣେ ବ୍ୟବସାୟୀ ବ୍ୟାଙ୍କର ସୁରକ୍ଷା କର୍ମୀଙ୍କୁ ଖରାପ ବ୍ୟବହାର କରିବା ସହ ବ୍ୟାଙ୍କରେ ତାଙ୍କର ଜମାଥିବା ସମସ୍ତ ଅର୍ଥ ସେହି ସୁରକ୍ଷା କର୍ମୀଙ୍କ ହାତରେ ଗଣାଇ ପୈଠ କରିବାକୁ ଦାବି କରିଥିଲେ ।

publive-image

ସୋସିଆଲ ମିଡିଆ ନେଟୱର୍କ ‘’ବିବି ରେ ସନାବିୟର ନାମକ ଜଣେ କୋଟିପତି ବ୍ୟବସାୟୀ ସାଂଘାଇ ବ୍ୟଙ୍କ କର୍ମଚାରୀ ତାଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗରେ ଆଣି ସେ ବ୍ୟାଙ୍କର କାରବାର ଉପରେ ନିରାଶ ହୋଇଛନ୍ତି । ଏହାପରେ ଏଭଳି କାର୍ଯ୍ୟାନୁଷ୍ଟାନ ନେବାକୁ ନିଷ୍ପତ୍ତି ନେଇଥିଲେ ।

publive-image

ତାଙ୍କ ନିଷ୍ପତ୍ତି ମୁତାବକ ସେ ବ୍ୟାଙ୍କ ନିୟମ ମୁତାବକ ଗୋଟିଏ ଦିନରେ ସର୍ବାଧିକ ଉଠାଣ ରାଶି ୫ ମିଲିୟନ ୟୁଆନ (ଭାରତୀୟ ମୁଦ୍ରାରେ ୫,୮୪,୭୪,୩୫୦) ଟଙ୍କା ଦାବି କରିଥିଲେ । ଏହାକୁ ନେଇ ବ୍ୟାଙ୍କ କର୍ମଚାରୀମାନେ ହରଡଘଣାରେ ପଡିଯାଇଥିଲେ । ସେ ଆହୁରି ଦାବି କରିଥିଲେ କି ଯେଉଁ କର୍ମଚାରୀ ତାଙ୍କୁ ଖରାପ ବ୍ୟବହାର କରିଛନ୍ତି ସେହି କର୍ମଚାରୀ ଏହି ଟଙ୍କା ତାଙ୍କ ହାତରେ ଗଣି ଦିଅନ୍ତୁ । ଏହପରେ ସେ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଆସୁଥିବାର ଫଟୋ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

publive-image

ଅନ୍ୟପଟେ ସନାବିୟର କହିଛନ୍ତି କି ଯେ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଜମା ଟଙ୍କା ସେ ବ୍ୟାଙ୍କରୁ ଉଠାଇ ନନେଇଛନ୍ତି ସେପର୍ଯ୍ୟନ୍ତ ଦୈନିକ ସେ ବ୍ୟାଙ୍କକୁ ଆସିବେ ଓ ବ୍ୟାଙ୍କ କର୍ମଚାରୀମାନେ ତାଙ୍କୁ ହାତରେ ଟଙ୍କା ଗଣି ପୈଠ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe