କନକ ବ୍ୟୁରୋ: ଗିରଫ ହେଲେ କଟକର କୁବେର ଯୋଗାଣ ଅଧିକାରୀ । ନୂଆପଡା ଜିଲ୍ଲା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ବାସଭବନରେ ଆୟବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । କଟକ ଓ ନୂଆପଡା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ବହୁମୂଲ୍ୟ ସଂପତିର କୋଠା, ବ୍ୟାଙ୍କ ଆକାଉଂଟର ଜମା ନଗଦ ରାଶି ଠାବ କରିଥିଲେ ଭିଜିଲାନ୍ସ ଅଧିକାରୀ ।
ସହକାରୀ ଯୋଗାଣ ଅଧିକାରୀଙ୍କ ଘରୁ ମୋଟ ୬କୋଟି ୭୩ ଲକ୍ଷ ଟଙ୍କାର ସଂପତି ଠାବ ହୋଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା । ଚଢଉ ବେଳେ ଯୋଗାଣ ଅଧିକାରୀଙ୍କ ସଂପତି ଦେଖି ତାଜୁବ ହୋଇଥିଲେ ଭିଜିଲାନ୍ସ ଅଧିକାରୀ । ରତ୍ନାକର ସେଠୀ ୧ କୋଟି ୧୩ ଲକ୍ଷ ଟଙ୍କାର କେବଳ ଜୀବନବୀମା ପ୍ରିୟିୟମ ଦେଇଥିବା ଜଣାପଡିଥିଲା । କଟକ ଚାଉଳିଆଗଞ୍ଜରେ ଥିବା ୧୩ ହଜାର ସ୍କୋୟାରଫୁଟରେ ତିଆରି ହୋଇଥିବା ୩ ମହଲା କୋଠାର ମୁଲ୍ୟ ୨ କୋଟି ହେବ ବୋଲି ଆକଳନ କରିଥିଲା ଭିଜିଲାନ୍ସ ।
ସେହିପରି ବାଲିସାହି ଅଂଚଳରେ ଏକ ୨ ମହଲା କୋଠା ଏବଂ ମଧୁପାଟଣା ବାଲିସାହି ଅଂଚଳରେ ନଟରାଜ ପ୍ୟାଲେସ ନାଁରେ ଏକ କଲ୍ୟାଣ ମଣ୍ଡପ ତାଙ୍କ ନାଁରେ ଥିବା ଠାବ ହୋଇଛି । ଆୟ ବହିଭୁର୍ତ ସମ୍ପତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଛି ।
Follow Us