Image courtesy-Hindustan
ମଡ଼େଲ୍ ତଥା ଆକ୍ଟର ମିଲିନ୍ଦ୍ ସୋମନ୍ ତାଙ୍କ ଠାରୁ ୨୯ ବର୍ଷ ଛୋଟ ଗାର୍ଲଫ୍ରେଣ୍ଡଙ୍କୁ ଅପ୍ରେଲ୍ ୨୧ ତାରିଖରେ ବାହା ହେବା କଥା ବେଶ୍ କିଛି ବର୍ଷ ଧରି ଶୁଣିବାକୁ ମିଳୁଥିଲା । ଦୁହେଁ ଦୁହିଁଙ୍କ ରୋମାଣ୍ଟିକ୍ ତଥା ହଟ୍ ଫଟୋକୁ ସୋସିଆଲ ମିଡିଆରେ ସେଆର୍ କରି ଆସୁଥିଲେ । ତାଙ୍କର ଏହି ପ୍ରେମିକାଙ୍କ ନାଁ ଅଙ୍କିତା କୋମ୍ବର୍ ଯେ ଗୌହାଟିରେ ପରିବାର ସହ ରୁହନ୍ତି । ଅଙ୍କିତା ବୟସରେ ମିଲିନ୍ଦଙ୍କ ଠାରୁ ସାନ ଏବଂ ତାଙ୍କ ବୟସ ମାତ୍ର ୨୩ ବର୍ଷ । ଏପରି ଏହି ପ୍ରେମୀ ଯୁଗଳ ବର୍ଷାଧିକ ସମୟ ଧରି ଲିଭ ଇନରେ ଥିଲେ ବୋଲି କୁହାଯାଉଥିଲା। ଖାଲି ସେତିକି ନୁହେଁ,ଦୁହେଁ ଏପ୍ରେଲ୍ ୨୧ ତାରିଖରେ ବାହା ହେବା କଥା ମଧ୍ୟ ଶୁଣିବାକୁ ମିଳୁଥିଲା।
କିନ୍ତୁ ଏବେ ଏହି ଲଭବାର୍ଡସଙ୍କ ସଂପର୍କରେ ଏକ ରୋମାଞ୍ଚକର ଖବର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ତାହା ହେଲା ଯେ ମିଲିନ୍ଦଙ୍କୁ ଛାଡ଼ିଛନ୍ତି ପ୍ରେମିକା ଅଙ୍କିତା। ଅଙ୍କିତା ଏବେ ବାହାହେବା ମୁଡରେ ନାହାନ୍ତି । ଏପରିକି ଅଙ୍କିତା ମିଲିନ୍ଦଙ୍କ ଭଳି ଜଣେ ବୟଷ୍କ ପୁରୁଷକୁ ନିଜର ଜୀବନସାଥୀ ବନାଇବାକୁ ଚାହାଁନ୍ତି ନାହିଁ ବୋଲି ସୁଚନା ମଧ୍ୟ ମିଳୁଛି । ସେ କହିଛନ୍ତି ଯେ, ବୟସ କମ୍ ହୋଇଥିବାରୁ ଏବେ ସେ ବାହା ହେବେ ନାହିଁ। ଏକଥାକୁ ମିଲିନ୍ଦ ନିଶ୍ଚିତ ଭାବେ ହୃଦୟଙ୍ଗମ କରିବେ ବୋଲି ସେ ଭାବୁଛନ୍ତି।
ଏବେ ପ୍ରଶ୍ନ ଉଠୁଛି ଏଭଳି କାହିଁକି କଲେ ଅଙ୍କିତା? ଏ ସଂପର୍କରେ ଜଣାଯାଇଛି ଯେ, କେବଳ ଅଙ୍କିତା ପଇସା ପାଇଁ ଏଭଳି କରିଛନ୍ତି। ଅଙ୍କିତା ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଥିଲେ। ତାଙ୍କୁ ଦରମା ବାବଦରେ ମାସିକ ୨୬ ହଜାର ଟଙ୍କା ମିଳୁଥିଲା। ତେବେ ସେ ଅବସର ସମୟରେ ମୋବାଇଲରେ ଅନଲାଇନ୍ କାସିନୋ ଖେଳୁଥିଲେ। ଏଥିରେ ତାଙ୍କୁ ୮ ଲକ୍ଷ ଟଙ୍କା ୭୩ ହଜାର ୯୮୨ଟଙ୍କା ମିଳିଗଲା। ଏହା ପରେ ଅଙ୍କିତା ସେହି ଟଙ୍କାରେ ନିଜ ପରିବାରର ସହାୟତା କରିବେ ବୋଲି କହିଛନ୍ତି । ମନୋରଞ୍ଜନ
  
 Follow Us