ବିବାହ ବନ୍ଧନରେ ଆବଦ୍ଧ ହେଲେ ମିଲିନ୍ଦ୍-ଅଙ୍କିତା ! ଗୁଜବକୁ ଖାତିର ନକରି ଅଙ୍କିତାଙ୍କ ହାତ ଧରିଲେ ମିଲିନ୍ଦ୍ ।

Advertisment
ବିବାହ ବନ୍ଧନରେ ଆବଦ୍ଧ ହେଲେ ମିଲିନ୍ଦ୍-ଅଙ୍କିତା ! ଗୁଜବକୁ ଖାତିର ନକରି ଅଙ୍କିତାଙ୍କ ହାତ ଧରିଲେ ମିଲିନ୍ଦ୍ ।

image courtesy-FilmiBeat Hindi

ଆଜି ଜଣାଶୁଣା ମଡ଼େଲ୍ ତଥା ଆକ୍ଟର ମିଲିନ୍ଦ୍ ସୋମନ୍ ତାଙ୍କ ଠାରୁ ୨୯ ବର୍ଷ ସାନ ଗର୍ଲଫ୍ରେଣ୍ଡ୍ ଅଙ୍କିତା କୋମ୍ବରଙ୍କୁ ବିବାହ କରିଛନ୍ତି ବୋଲି ଖବର ଆସୁଛି । ଏଥିପାଇଁ ବେଶ ରାଜକୀୟ ସାଜସଜ୍ଜା ଚାଲିଥିଲା ଆଲିବାଗରେ। ସେହି ସାଜସଜ୍ଜାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ପ୍ରେମୀ ଯୁଗଳ ବର୍ଷାଧିକ ସମୟ ଧରି ଲିଭ ଇନରେ ଥିଲେ ।publive-imageକିଛି ଦିନ ତଳେ ଏହି ପ୍ରେମୀଯୁଗଳଙ୍କ ସଂପର୍କରେ ଏକ ରୋମାଞ୍ଚକର ଖବର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଥିଲା। ତାହା ହେଲା ଯେ ମିଲିନ୍ଦଙ୍କୁ ଛାଡ଼ି ପ୍ରେମିକା ଅଙ୍କିତା ଛୁ ମନ୍ତର୍ ହୋଇଯାଇଥିଲେ ।publive-imageଏଭଳି କାହିଁକି କଲେ ଅଙ୍କିତା? ଏ ସଂପର୍କରେ ଅନୁସନ୍ଧାନ କରାଯିବା ପରେ ଜଣାଯାଇଥିଲା ଯେ,ଅଙ୍କିତା ପଇସା ପାଇଁ ଏଭଳି କରିଛନ୍ତି। ଅଙ୍କିତା ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ଥିଲେ। ତାଙ୍କୁ ଦରମା ବାବଦରେ ମାସିକ ୨୬ ହଜାର ଟଙ୍କା ମିଳୁଥିଲା। ତେବେ ସେ ଅବସର ସମୟରେ ମୋବାଇଲରେ ଅନଲାଇନ୍ କସିନୋ ଖେଳୁଥିଲେ। ଏଥିରେ ତାଙ୍କୁ ୮ ଲକ୍ଷ ଯଙ୍କା ୭୩ ହଜାର ୯୮୨ଟଙ୍କା ମିଳିଗଲା। ଏହାପରେ ଅଙ୍କିତା ସେହି ଟଙ୍କାରେ ନିଜ ପରିବାରର ସହାୟତା କରିବାକୁ ଏବଂ ଭ୍ରମଣ କରିବା ଚାହାଁନ୍ତି ବୋଲି କୁହାଗଲା । ସେ କହିଥିଲେ ଯେ, ବୟସ କମ୍ ହୋଇଥିବାରୁ ଏବେ ସେ ବାହା ହେବେ ନାହିଁ। ଏକଥାକୁ ମିଲିନ୍ଦ ନିଶ୍ଚିତ ଭାବେ ବୁଝିବେ। କିନ୍ତୁ ଏବେ ଏହା ଗୁଜବ ଥିଲା ବୋଲି ଜଣାଯାଇଛି। ଅଙ୍କିତାଙ୍କର ଏହା ପ୍ରଥମ ବିବାହ ହୋଇଥିବା ବେଳେ ମିଲିନ୍ଦଙ୍କର ଏହା ଦ୍ୱିତୀୟ ବିବାହ। ଏବେ ଏହି ଯୋଡିଙ୍କ ହଳଦୀ ରସମର ଫଟୋ ଇଣ୍ଟରନେଟରେ ଚହଳ ମଚାଇ ଦେଇଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe