ନବରଙ୍ଗପୁରରେ ଆରମ୍ଭ ହେଲା ମିଲେଟ ମିଶନ ଟିଫିନ୍ ସେଣ୍ଟର। ମିଳୁଛି ମାଣ୍ଡିଆରେ ତିଆରି ବିଭିନ୍ନ ରକମର ଖାଦ୍ୟ।

ନବରଙ୍ଗପୁରରେ ଆରମ୍ଭ ହେଲା ମିଲେଟ ମିଶନ ଟିଫିନ୍ ସେଣ୍ଟର। ମିଳୁଛି ମାଣ୍ଡିଆରେ ତିଆରି ବିଭିନ୍ନ ରକମର ଖାଦ୍ୟ।

କନକ ବ୍ୟୁରୋ: ଦିନକୁ ଦିନ ବଢୁଛି ମାଣ୍ଡିଆ ଜାତୀୟ ଖାଦ୍ୟର ଚାହିଦା । ବନବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆକୁ ଏବେ ଆଧୁନିକ ଯୁଗର ଲୋକେ ଆଦରି ନେଲେଣି । ତେବେ ମିଶନ ଶକ୍ତି ସହ ମିଲେଟ ମିଶନକୁ ଯୋଡ଼ି ସରକାର ସ୍ୱତନ୍ତ୍ର ଭାବେ ମିଲେଟ୍ ଶକ୍ତି ଗଠନ କରିଛନ୍ତି । ଏହି ମିଲେଟ୍ ଶକ୍ତି ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ପୋଷଣ କାର୍ଯ୍ୟକ୍ରମର ଦାୟିତ୍ୱ ମିଳିଛି । ନବରଙ୍ଗପୁର ଉମରକୋଟରେ ଆରମ୍ଭ ହୋଇଛି ମିଲେଟ ମିଶନ ଟିଫିନ୍ ସେଂଟର । କୁସୁମଗୁଡ଼ା ସ୍ଥିତ ଜୟଶ୍ରୀ ସୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଖୋଲାଯାଇଛି ଏହି ଟିଫିନ ସେଂଟର । ଏହି ଟିଫିନ ଷ୍ଟଲରେ ମାଣ୍ଡିଆରେ ପ୍ରସ୍ତୁତ ପୁରୀ, ଚକୁଳୀ, କାକରା ପିଠା, ମାଣ୍ଡିଆ ଯାଉ ମିଳୁଛି । ଯାହାକୁ ନେଇ ବେଶ ଉତ୍ସାହିତ ଅଛନ୍ତି ଗ୍ରାହକ ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ସବୁ ଜିନିଷ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ମାଣ୍ଡିଆ ଟିଫିନ ସେଣ୍ଟର କରିବା ପାଇଁ ସରକାରଙ୍କ ପକ୍ଷରୁ ୩୦ ହଜାର ଟଙ୍କାର ସହାୟତା ମିଳିଛି । ମାଣ୍ଡିଆଜାତ ଜିନିଷର ଚାହିଦା ଅଧିକ ରହିଥିବାରୁ ଭଲ ବ୍ୟବସାୟ ମଧ୍ୟ ହେଉଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe