ମିଲେଟରେ ପ୍ରସ୍ତୁତ ହେଉଛି ପିଜା ଦହିବରା । ଆନ୍ତର୍ଜାତିୟ ମିଲେଟ୍ ସମ୍ମିଳନୀରେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛି ମିଲେଟ ପିଜା ଦହିବରା
କନକ ବ୍ୟୁରୋ : ଏଣିକି ହସ୍ପିଟାଲ କ୍ୟାଂଟିନ ଓ ୱାଓ ମୋମୋରେ ମିଳିବ ମିଲେଟ । ଏନେଇ ସୂଚନା ଦେଇଛନ୍ତି କୃଷି ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ । ବର୍ତମାନ ମିଲେଟର ସର୍ବନିମ୍ନ ସହାୟକ ମୂଲ୍ୟ ୩ହଜାର ୮ଶହ ୪୫ ରହିଥିବା ବେଳେ ଗତ ବର୍ଷ ୬ଲକ୍ଷ ମେଟ୍ରିକ ଟନ୍ ମିଲେଟ ସଂଗ୍ର୍ରହ କରାଯାଇଛି । ୩୦ଟି ଜିଲ୍ଲାର ୧୭୭ଟି ବ୍ଲକରେ ମିଲେଟ୍ ଚାଷ ହେଉଛି । ଅଢ଼େଇ ଲକ୍ଷ ହେକ୍ଟରରେ ଚାଷ କରାଯାଉଛି । ମିଲେଟକୁ ସାରା ବିଶ୍ୱରେ ପହଂଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏଥିପାଇଁ ଭୁବନେଶ୍ୱରରେ ଦୁଇ ଦିନିଆ ମିଲେଟ୍ ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମ୍ମିଳନୀରେ ପୁଷ୍ଟି ଶସ୍ୟ ସମ୍ପର୍କିତ ଭିନ୍ନ ଭିନ୍ନ ଅଧିବେଶନ ଅନୁଷ୍ଠିତ ହେବ । ଏହି ଅନ୍ତର୍ଜାତୀୟ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’ ।ସମ୍ମିଳନୀରେ ମିଲେଟ୍ ଚାଷ, ପ୍ରକ୍ରିୟାକରଣରେ କୃଷକମାନଙ୍କର ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ବୈଷୟିକ ଅଧିବେଶନ, ଅନ୍ତର୍ଜାତୀୟ ଖାଦ୍ୟମେଳା, କୁଇଜ୍ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି କାର୍ଯ୍ୟକ୍ରମ କରାଯିବ । ଏହା ସହ ମିଶନ ଶକ୍ତି ଅଧିନ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମିଲେଟ୍ ଉଦ୍ୟୋଗୀମାନଙ୍କ ସଫଳତାର କାହାଣୀ ପ୍ରଦର୍ଶିତ ହେବ । ସେହିପରି ଜଳବାୟୁ ପରିବର୍ତନ ଏବଂ ମିଲେଟସ୍ ଉପରେ ଆଧାରିତ ସଂଗୀତ କାର୍ଯ୍ୟକ୍ରମ ହେବ । ସେଫ୍ ବିକାଶ ଖାନ୍ନା ସମ୍ମିଳନୀରେ ଯୋଗଦେଇଛନ୍ତି ।