ପେଟ୍ରୋଲ, ଡିଜେଲ ଓ ଗ୍ୟାସ ପରେ ଏବେ କ୍ଷୀର ହେବ ମହଙ୍ଗା । ମାର୍ଚ୍ଚ ପହିଲାରୁ ଲିଟର ପିଛା ୧୨ ଟଙ୍କା ଦର ବୃଦ୍ଧି କରିବାକୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନଙ୍କ ଦାବି

404

କନକ ବ୍ୟୁରୋ : ଯେତେବେଳେ ପେଟ୍ରୋଲ, ଡିଜେଲ ଓ ଇନ୍ଧନ ଗ୍ୟାସର ଦର ଆକାଶଛୁଆଁ ହୋଇ ସାଧାରଣ ଲୋକଙ୍କ ପକେଟ୍ କାଟୁଛି ଠିକ୍ ସେତିକି ବେଳେ ଅତ୍ୟାବଶକୀୟ ସାମଗ୍ରୀ କ୍ଷୀରର ମୂଲ୍ୟ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି ।

ବଜାରର ଚାହିଦା ଓ କମ୍ ଉତ୍ପାଦନକୁ ଦୃଷ୍ଟିରେ ରଖି ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନେ ଦାବି କରିଛନ୍ତି କି କ୍ଷୀରର ଦାମ ଲିଟର ପଛା ୫୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । ଏହାର କାରଣ ଦର୍ଶାଇ କମ୍ପାନୀ ମାନେ କହିଛନ୍ତି କି ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଛି । ଏହାସହ ପଶୁମାନେ ଖାଉଥିବା ଦାନାର ଦାମ ବି ବଢିଛି । ଫଳରେ ଦୁଗ୍ଧ ଉତ୍ପାଦକ ମାନେ ପୁରୁଣା ଦାମ ରେ କ୍ଷୀର ବିକିବାକୁ ରାଜି ହେଉ ନାହାନ୍ତି । ଫଳରେ କମ୍ପାନୀ ମାନେ ଚଳିତ ଦରରେ କ୍ଷୀର ବିକିବାରୁ କମ୍ପାନୀ ଅହେତୁକ କ୍ଷତି ସହୁଛି ।

କହିରଖୁ କି ୨୦୨୦ ମସିହାରେ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନେ କ୍ଷୀରର ମୂଲ୍ୟ ବୃଦ୍ଧି କରିବାକୁ ଦାବି କରିଥିଲେ । ହେଲେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କ ଦାବିକୁ ଖାରାଜ କରିଦେଇଥିଲେ । ଏହି କାରଣରୁ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନେ ପୁରୁଣା ଦରରେ ଏବେ ବି କ୍ଷୀର ବିକ୍ରି କରୁଛନ୍ତି । ଅନ୍ୟପଟେ କ୍ଷୀରର ଦାମ୍ ବୃଦ୍ଧି କରାନଗଲେ ଦୁଗ୍ଧ ପ୍ରକ୍ରିୟାକରଣ କମ୍ପାନୀ ମାନେ ଦୁଗ୍ଧଚାଷୀଙ୍କୁ ଧରି ଆନ୍ଦୋଳନକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି ।