ଗାଈ କ୍ଷୀର : ଏହି ୧୨ଟି ରୋଗକୁ ଦୂର କରିବାରେ ସହାୟକ ହୁଏ

289

କନକ ବ୍ୟୁରୋ : ବୁଢ଼ୀ ମା’ମାନେ ସବୁବେଳେ ନିଜ ନାତିନାତୁଣୀଙ୍କୁ ଗାଈକ୍ଷୀର ପିଇବାକୁ କହି ଥାଆନ୍ତି । ଏପରିକି ଯେଉଁ ପିଲାମାନେ ଗାଈକ୍ଷୀରକୁ ପିଇବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କୁ ମା’ମାନେ ବିଭିନ୍ନ ଉପାୟରେ ଗାଈ କ୍ଷୀରକୁ ପିଇବାକୁ ଚେଷ୍ଟା କରାଇ ଥାଆନ୍ତି । କାରଣ ଗାଇକ୍ଷୀର ୧୨ ଟି ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ତେବେ ଆସନ୍ତୁ ଗାଇ କ୍ଷୀରରେ କେଉଁ କେଉଁ ରୋଗକୁ ଦୂର କରାଯାଇପାରିବ ସେ ବିଷୟରେ ଜାଣିବା ।

୧ . ବୌଦ୍ଧିକ ବିକାଶ ତଥା ମସ୍ତିଷ୍କର ବିକାଶ ପାଇଁ ଗାଈକ୍ଷୀର ଖୁବ୍ ଲାଭଦାୟକ । ଉଭୟ ବ୍ୟକ୍ତି ଏବଂ ପିଲାଙ୍କ ପାଇଁ ଏହି କ୍ଷୀର ଲାଭଦାୟକ ହୁଏ ।
୨ . ଗାଈର କ୍ଷୀର ହଜମକ୍ରିୟା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଖାଦ୍ୟକୁ ହଜମ କରିବା ପାଇଁ କ୍ଷୀର ପିଇବା ନିତାନ୍ତ ଆବଶ୍ୟକ । ପାଚନପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ଗାଇକ୍ଷୀର ।
୩. ନିକଟରେ ହୋଇଥିବା ସର୍ଭେ ଅନୁସାରେ କ୍ଷୀରରୁ ବାହାରୁଥିବା କ୍ରିମକୁ ପ୍ରତିଦିନ ସେବନ କଲେ ଏଡସ୍ ରୋଗରୁ ମଣିଷକୁ ବଞ୍ଚାଇବା ପାଇଁ ସହାୟକ ହୋଇଥାଏ । ମେଲବର୍ଣ୍ଣର ଗର୍ଭବତୀ ଗାଈଙ୍କ ଠାରେ ଏହି ରୋଗକୁ ନିୟନ୍ତ୍ରଣ କରିବାର ନମୁନା ଦେଖାଦେଇଥିଲା ।
୪ . ପୁରୁଷଙ୍କ ଶୁକ୍ରାଣୁରେ କମ୍ ମାତ୍ରା ଦେଖାଦେଉଥିଲେ ଗାଈକ୍ଷୀରର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ଶରୀରରେ ଉର୍ଜା ବଢିବା ସହ ବଳ ମିଳିଥାଏ ଏବଂ ଶୁକ୍ରାଣୁ ସଂଖ୍ୟା ବୃଦ୍ଧି ହୋଇଥାଏ ।
୫ . ପ୍ରତିଦିନ ଗାଈକ୍ଷୀର ପିଇବା ଯକ୍ଷ୍ମା ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ । ଏହାଦ୍ୱାରା ଯକ୍ଷ୍ମା ରୋଗର ନିୟନ୍ତ୍ରଣ ହୋଇଥାଏ । ରାତିରେ ବୟୋଜ୍ୟେଷ୍ଠ କ୍ଷୀର ପିଇ ଶୋଇଲେ ଶରୀରକୁ ବଳ ମିଳିଥାଏ ।

୬ . ପିତ୍ତ ସମ୍ବନ୍ଧ ସମସ୍ୟାକୁ ଦୂରେଇବା ପାଇଁ ପ୍ରତିଦିନ ଗାଈକ୍ଷୀର ପିଇବା ଆବଶ୍ୟକ । ଏହାଦ୍ୱାରା ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
୭ . ପିଲାଙ୍କ ମଧ୍ୟରେ ରିକେଟସ୍ କିମ୍ବା ଶୁଖିଲା ରୋଗ ଦେଖାଗଲେ ଗାଈକ୍ଷୀରକୁ ବାଦାମରେ ମିଶାଇ ପିଅନ୍ତୁ । ଏହା ମେଡିସିନ୍ ଭଳି କାମ କରିବ । ରକ୍ତ କୋଶିକା ବୃଦ୍ଧି କରିବାରେ ଏହା ସହାୟକ ହେବ ।

୮ . କଞ୍ଚା ଗାଈକ୍ଷୀରକୁ ତ୍ୱଚାରେ ମାଲିସ୍ କରାଯାଇପାରେ । ଏହା ଏକ ଭଲ ବିୟୁଟି କେୟାର୍ ହେବ । ଚେହେରାକୁ ଗୋରା,ଦାଗହୀନ ଏବଂ କୋମଳ କରିବା ପାଇଁ ଆପଣ ମଧ୍ୟ କଞ୍ଚା ଗାଇକ୍ଷୀରର ବ୍ୟବହାର କରନ୍ତୁ ।
୯ . ଗାଈକ୍ଷୀରର ହଳଦିଆ ଅଂଶ ଆଖି ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାକୁ କେରୋଟିନ୍ କୁହାଯାଏ । ଏହା ଆଖିକୁ ସୁନ୍ଦର କରିବା ସହ ଆଖିର ରୋଷନୀକୁ ମଧ୍ୟ ବଢାଇଥାଏ ।
୧୦ . କ୍ୟାନ୍ସର ,ଟିଭି, ହଇଜା ଭଳି ଅନେକ ରୋଗ ପାଇଁ ଗାଈକ୍ଷୀର ମହୋଷଧିର କାମ କରେ । ଏହା ଅମୃତ ଭଳି କାମ କରିଥାଏ । ଏକାକି ହିଁ କ୍ଷୀର ଛୁଆଙ୍କୁ ପୋଷଣ ଦେବାରେ ସକ୍ଷମ ହୋଇଥାଏ ।
୧୧ . ମେଡିସିନ୍ ତଥା ଅନ୍ୟ କ୍ୟାମିକାଲ୍ ପଦାର୍ଥରୁ ଶରୀରକୁ ବଞ୍ଚାଇବା ପାଇଁ ଗାଈକ୍ଷୀର ବହୁତ ଭଲ ହୋଇଥାଏ ।
୧୨ . ଏଥିରେ ଭିଟାମିନ୍ – ଏ ର ପରିମାଣ ଅଧିକ ଥାଏ । ପୁରୁଣା ରୋଗ, ମାନସିକ ରୋଗ, ପେଟ ରୋଗ , ଗୁପ୍ତ ରୋଗ ଏବଂ ହୃଦୟ ରୋଗକୁ କମ୍ କରିଥାଏ ଗାଈକ୍ଷୀର ।