କନକ ବ୍ୟୁରୋ : ଫିଲିଫାଇନ୍ସରେ ରବିବାର ଦିନ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ସେନାର ଏକ ବିମାନ ଦୁର୍ଘଟଣା ହୋଇଛି । କୁହାଯାଇଛି କି ଯେତେବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେତେବେଳେ ବିମାନରେ ୮୫ ଜଣ ଯାତ୍ରୀ ଥିଲେ । ଫିଲପାଇନ୍ସ ସେନା ପ୍ରମୁଖ ସିରିଲିଟେ ସୋବେଜନା କହିଛନ୍ତି କି ଦୁର୍ଘଟଣା ଦକ୍ଷୀଣ ଫିଲିପାଇନ୍ସରେ ହୋଇଛି । ବିମାନରେ ଥିବା ୮୫ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Advertisment

ସୂଚନା ମୁତାବକ ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନଟି ରବିବାର ଦିନ ସକାଳେ ପାଟିକୁଲ ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି । ବିମାନଟି ଯେତେବେଳେ ସୁଲୁ ପ୍ରାନ୍ତ ଜିଲ୍ଲା ଦ୍ୱୀପ ନିକଟରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା ସେହି ସମୟରେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନଟି ତଳକୁ ଉହ୍ଲାଇବା ବେଳକୁ ପୁରା ବିମାନରେ ନିଆଁ ଲାଗିସାରିଥିଲା ।

ଏହି ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ବିମାନ ମଧ୍ୟରେ ଫଶିଥିବା ଲୋକମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଉଦ୍ଧାର କରିଛି । ଏହାସହ ଅନ୍ୟ ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । ହେଲେ ବିମାନରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନାହିଁ ।