କନକ ବ୍ୟୁରୋ : ପାରାଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୧ । ଓଡିଶା ପୋଲିସ, ସାମୁଦ୍ରିକ ପୋଲିସ, ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ସମସ୍ତ ସାମୁଦ୍ରିକ ଥାନାର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି ।

Advertisment

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ବର୍ଷରେ ସମୁଦ୍ର ଉପକୂଳ ଅଂଚଳର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ବାହ୍ୟ ଶତ୍ରୁଙ୍କୁ ମୁକାବିଲା କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି । ଏହି ସମରାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ, ନୌସେନା, ପାରାଦୀପ ବନ୍ଦର, ସିଆଇଏସଏଫ, ଓଡିଶା ପୋଲିସ, ମେରାଇନ୍ ପୋଲିସ, ଇଂଟେଲଜେନ୍ସି, ଅଗ୍ନିଶମ, ମତ୍ସ୍ୟବିଭାଗ, ବନ ବିଭାଗ ଭଳି ପ୍ରାୟ ୧୩ଟି ବିଭାଗ ସାମିଲ ହୋଇଛନ୍ତି ।