ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା

145

କନକ ବ୍ୟୁରୋ: ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ । ପୂର୍ବ ଲଦାଖର ଏଲଏସିରେ ଚୀନ ସହ ଲାଗି ରହିିଥିବା ବିବାଦ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୋରିଆ ଶନିବାର ଯୋଦ୍ଧପୁର ଏୟାରବେସରୁ ବଡ ଚେତାବନୀ ଦେଇଛନ୍ତି । କହିଛନ୍ତି, ଏଲଏସିରେ ଯଦି କେହି ଉସକାଇବା ଭଳି କାର୍ଯ୍ୟ କରେ ତାହେଲେ ଭାରତ ଚୁପ୍ ବସିବ ନାହିଁ । ଭାରତୀୟ ବାୟୁସେନା ଶତ୍ରୁଙ୍କୁ ସେମାନଙ୍କ ହିମାକତର ମୁହଁତୋଡ ଜବାବ ଦେବ ।

ଆଗକୁ ଯୁଦ୍ଧ ବିମାନ ରାଫେଲ କିଣାଯିବ ନା ନାହିଁ , ଏନେଇ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ୧୧୪ ମଲ୍ଟିରୋଲ ଯୁଦ୍ଧ ବିମାନ କିଣିବାକୁ ଯୋଜନାର ରାଫେଲ ଏକ ପ୍ରମୁଖ ଦାବିଦାର । ଯୋଦ୍ଧପୁରରେ ଚାଲିଛି ଭାରତ ଓ ଫ୍ରାନ୍ସ ବାୟୁସେନାର ମିଳିତ ଯୁଦ୍ଧାଭ୍ୟାସ ଏକ୍ସରସାଇଜ୍ ଇଜର୍ଟ ନାଇଟ୍-୨୧ । ଏହି ଅବସରରେ ଦୁଇ ଦେଶର ଯୁଦ୍ଧବିମାନ ଆକାଶରେ ନୂଆ ନୂଆ କୌଶଳ ପ୍ରଦର୍ଶନ କରୁଛନ୍ତି । ତେବେ ଏହି ଯୁଦ୍ଧାଭ୍ୟାସରେ ରାଫେଲ ସମେତ ଭାରତୀୟ ବାୟୁସେନାର ସୁଖୋଇ ଓ ମିରାଜ-୨୦୦୦ ଯୁଦ୍ଧ ବିମାନକୁ ସାମିଲ କରାଯାଇଛି ।

ଅନ୍ୟପଟେ ଆଜି ପୁଣି ଥରେ ଚୀନ ଓ ଭାରତର କମାଣ୍ଡର ସ୍ତରୀୟ ନବମ ବୈଠକ ବସିବ । ଚୁସୁଲଠାରେ ଭାରତର ୧୪ ଜଣିଆ ଟିମ୍ ଏହି ଦ୍ୱିପାକ୍ଷିକ ଆଲୋଚନାରେ ଭାଗ ନେବେ । ଉଭୟ ପକ୍ଷ ସୀମାରୁ ସେନା ପଛକୁ ଘୁଞ୍ଚାଇବା ଓ ଅରୁଣାଚଳ ପ୍ରଦେଶର ବିବାଦୀୟ ଅଂଚଳରେ ନିର୍ମାଣ କାର୍ଯ୍ୟ ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେବ ।