ଜାମ୍ମୁକାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ! ଜଣେ ଯବାନ ସହିଦ ।

Advertisment
ଜାମ୍ମୁକାଶ୍ମୀରରେ ସିଆରପିଏଫ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ! ଜଣେ ଯବାନ ସହିଦ ।

Image courtesy -deccanchronicle.com

କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଥମିବାର ନାଁ ନେଉ ନାହିଁ । ଆତଙ୍କବାଦୀମାନେ ଜମ୍ମୁକଶ୍ମୀରର ରାଜଧାନୀ ଶ୍ରୀନଗରରେ ମଙ୍ଗଳବାର ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗରୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ(ସିଆରପିଏଫ) ଓ ପୁଲିସ ଶ୍ରୀନଗରର ବାଟମାଳୁସ୍ଥିତ ଅଗ୍ନିଶମ କେନ୍ଦ୍ର ନିକଟରେ ଉପସ୍ଥିତ ଥିଲେ, ସେହି ସମୟରେ ଆତଙ୍କବାଦୀମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜମ୍ମୁ କଶ୍ମୀରରେ ଏଭଳି ଛୋଟ ମୋଟ ଘଟଣା ମଧ୍ୟରେ ରାଜ୍ୟପାଳ ଏନ୍ଏସ୍ ଭୋରା ରାଜ୍ୟର ସ୍ଥିତିକୁ ନେଇ ପୂର୍ବରୁ ସନ୍ତୋଷ ପ୍ରକାଶ କରିଛନ୍ତି। ଭୋରା ରାଜ୍ୟର ତୃଣମୂଳ ସ୍ତରରେ ଦେଖାଯାଇଥିବା ସ୍ଥିତିକୁ ନେଇ ସନ୍ତୁଷ୍ଟ ଅଛନ୍ତି। ଭୋରା ରାଜ୍ୟରେ ୨୪ ଘଣ୍ଟିଆ ଅଭିଯୋଗ ପ୍ରକୋଷ୍ଠ ଆରମ୍ଭ କରିଛନ୍ତି ଓ ଏହାରି ଉପରେ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe