ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କୀଙ୍କ ଗ୍ରେନେଡ୍ ମାଡ, ଜଣେ ଗୁରୁତ ଆହତ

202

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ଶ୍ରୀନଗରରେ ସୁରକ୍ଷାକର୍ମୀଙ୍କ ଉପରକୁ ଆତଙ୍କବାଦୀଙ୍କ ଆକ୍ରମଣ । ଗ୍ରେନେଡ୍ ମାଡରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ସିଆରପିଏଫ୍ ଯବାନଙ୍କ ଉପରେ ଆକ୍ରମଣ ପରେ ପୂରା ଅଞ୍ଚଳକୁ ଘେରାବନ୍ଦି କରିଦିଆଯାଇଛି ।
ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ଯବାନଙ୍କୁ ଟାର୍ଗେଟ୍ କରିବାକୁ ଯାଇ ଶ୍ରୀନଗର ସ୍ଥିତ ଏକ ସରକାରୀ ବାସଭବନ ଉପରେ ଗ୍ରେନେଡ୍ ମାଡ କରିଛନ୍ତି । ଏହି ଗ୍ରେନେଡ୍ ମାଡରେ ଜଣେ ସିଆରପିଏଫ୍ ଯବାନ୍ ଗୁରୁତର ଆହତ ହୋଇଥିବା ବେଳେ ଜଣେ ମହିଳା ମଧ୍ୟ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ସେହି ମହିଳାଙ୍କ ଚିକିତ୍ସା ଚାଲିଛି ।
ତେବେ ଆମେ ଏଠାରେ କହିରଖୁଛୁ କି, ଆଫଗନିସ୍ତାନରେ ତାଲିବାନ ଦବଦବା ଜାହିର କରିବା ପରେ ଜମ୍ମୁ-କାଶ୍ମୀର ଶ୍ରୀନଗରରେ ବଢିଯାଇଛି ଆତଙ୍କୀଙ୍କ ଗତିବିଧି । ଶ୍ରୀନଗର ପାଲଟିଯାଇଛି ଆତଙ୍କବାଦିଙ୍କ କେନ୍ଦ୍ର ବିନ୍ଦୁ । ଜମ୍ମୁକାଶ୍ମୀରରେ ପୂର୍ବ ବର୍ଷ ତୁଳନାରେ ଆତଙ୍କବାଦୀ ଆକ୍ରମଣ ୪୦ ପ୍ରତିଶତ କମିଥିବା ବେଳେ କିଛି ଅଞ୍ଚଳ ଏପରି ରହିଛି, ଯେଉଁଠି ଆତଙ୍କବାଦୀଙ୍କ କେନ୍ଦ୍ରସ୍ଥଳି ପାଲଟିଯାଇଛି । ସେଠାରେ ଆତଙ୍କୀଙ୍କ ଗତିବିଧି ଦିନକୁ ଦିନ ବଢିବାରେ ଲାଗିଛି ।