କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ ଝଟକା । କାରଣ ଦଳ ଛାଡିଛନ୍ତି ବରିଷ୍ଠ ତଥା ଅଭିଜ୍ଞ ନେତା ମିଲିନ୍ଦ ଦେବଡା । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିବା ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ସେ କଂଗ୍ରେସ ଛାଡି ମହାରାଷ୍ଟ୍ର ଏକନାଥଙ୍କ ନେତୃତ୍ୱାଧିନ ଶିବସେନାରେ ସାମିଲ ହୋଇପାରନ୍ତି । କିନ୍ତୁ ଦିନକ ପୂର୍ବର ସେ ଏହି ଚର୍ଚ୍ଚାକୁ ପ୍ରତ୍ୟାକ୍ଷାନ କରିଥିଲେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଦଳରୁ ଇସ୍ତଫା ଦେବା ସହ ଟ୍ୱିଟର ଏକ୍ସରେ ମଧ୍ୟ ନିଜର ମନ୍ତବ୍ୟକୁ ପ୍ରକାଶ କରିଛନ୍ତି । ମିଲିନ୍ଦ ଲେଖିଛନ୍ତି , ‘ମୋ ରାଜନୈତିକ ଯାତ୍ରାର ମହତ୍ୱପୂର୍ଣ୍ଣ ଅଧ୍ୟାୟର ଶେଷ ହୋଇଛି । ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଦେଇଛି । ପାର୍ଟି ସହ ମୋ ପରିବାରର ଦୀର୍ଘ ୫୫ ବର୍ଷର ସମ୍ପର୍କ ମଧ୍ୟ ଶେଷ ହୋଇଛି । ତେବେ ବର୍ଷ ବର୍ଷ ଧରି ଦଳୀୟ ନେତା ଓ ସମର୍ଥକଙ୍କ ସମର୍ଥନ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି’