ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା । ବଲାଙ୍ଗୀରରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା ।

808

କନକ ବ୍ୟୁରୋ: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବଲାଙ୍ଗିର ସହରରେ ଗତକାଲି ରାତିରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଶୀତ ସାଙ୍ଗକୁ ବର୍ଷା ଯୋଗୁ ଦୁଇ ଦିନ ହେବ ରାଜ୍ୟରେ କୋହଲା ପାଗ ଦେଖିବାକୁ ମିଳିଥିଲା । ଓଡ଼ିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଉତର ଓଡ଼ିଶାରେ କୋହଲ ପାଗ ଲାଗି ରହିଛି । ଏହା ସହ କିଛି କିଛି ସ୍ଥାନରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଘନ କୁହୁଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।