ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୩.୮,  ସକାଳ ୭ଟା ୧୦ରେ  କିଛି ସମୟ ପାଇଁ ସାମାନ୍ୟ ଦୋହଲିଲା ମାଟି

228

କନକ ବ୍ୟୁରୋ : ଗଂଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ ହୋଇଛି । ସକାଳ ପ୍ରାୟ ୭ଟା ୧୦ ମିନିଟରେ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ନାଲନାଲ ସେଂଟର ଫର ସେସମୋଲଜି ଏନେଇ ପୁଷ୍ଟି କରିଛି । ସକାଳୁ ସକାଳୁ ଏପରି ମୃଦୁ ଭୂକମ୍ପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।

ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହା ଠାବ କରାଯାଇଛି। ଏହା ଭୟରେ ବହୁ ଲୋକ ପଦାକୁ ବାହାରି ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।