ଧୋନୀଙ୍କ ପାଇଁ ବଢିଲା ଅଡୁଆ । ଦିଲ୍ଲୀ ହାଇକୋର୍ଟରେ ମାମଲା ଦାୟର କଲେ ପୁରୁଣା ବ୍ୟବସାୟିକ ବନ୍ଧୁ, ଜାଣନ୍ତୁ ପୂରା ଘଟଣା କଣ?

403

କନକ ବ୍ୟୁରୋ : ପୂର୍ବତନ ଭାରତୀୟ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ବଢିଲା ଅଡୁଆ । ଧୋନୀଙ୍କ ବିରୋଧରେ ତାଙ୍କର ୨ ପୂର୍ବତନ ବ୍ୟବସାୟୀ ସାଥୀ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାୟର କରିଛନ୍ତି । ଆଜି ଏହି ମୋକଦ୍ଦମାର ଶୁଣାଣି ହେବ ।

ଧୋନୀଙ୍କର ୨ ପୁରୁଣା ବ୍ୟବସାୟୀ ସାଥୀ ମିହିର ଦିବାକର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ବିଭିନ୍ନ ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମ ବିରୋଧରେ ମାମଲା ଦାୟର କରିବା ସହ ଜରିମାନା ଆଦାୟ କରିବାକୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି । ମିହିର କହିଛନ୍ତି ତାଙ୍କ ବିରୋଧରେ ଧୋନୀ ଯେଉଁ ବୟାନ ଦେଇଛନ୍ତି ତାହା ଦୁଭାଗ୍ୟପୂର୍ଣ୍ଣ । ଧୋନୀଙ୍କ ନାଁରେ ଯେଉଁ ମୋକଦ୍ଦମା ଦାୟର ହୋଇଛି ସେଥିରେ ଉଲ୍ଲେଖ ଅଛି ଯେ, ଯେଉଁ ୧୫ କୋଟି ଟଙ୍କାର ଲାଭ ଉଠାଇଥିବା ଧୋନୀ କହୁଛନ୍ତି ଏବଂ ୨୦୧୭ ଚୁକ୍ତି ଉଲ୍ଲଂଘନକୁ ନେଇ ଆସିଥିବା ଅଭିଯୋଗ ମିଛ । ଏଭଳି କରି ମିହିର ଓ ସୌମ୍ୟାଙ୍କୁ ବଦନାମ କରିବାକୁ ଯେଉଁ ପ୍ରୟାସ ଚାଲିଛି ତାହା ବନ୍ଦ ହେବା ଦରକାର ।

ଏହାପୂର୍ବରୁ ଧୋନୀଙ୍କ ପକ୍ଷରୁ ଦିବାକର ଓ ସୌମ୍ୟାଙ୍କ ନାଁରେ ଏକ ଅପରାଧିକ ମାମଲା ରୁଜ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ, ଉଭୟ ଦିବାକର ଓ ସୌମ୍ୟା କ୍ରିକେଟ ଏକାଡେମୀ ସ୍ଥାପନାକୁ ନେଇ ଯେଉଁ ଚୁକ୍ତି ହୋଇଥିଲା ତାହାକୁ ପାଳନ କରିନାହାନ୍ତି ଏବଂ ୧୫ କୋଟି ଟଙ୍କା ହେରଫେର କରିଛନ୍ତି । ଏନେଇ ଧୋନୀଙ୍କ ଓକିଲ ସ୍ପଷ୍ଟ କରିଥିଲେ । ମିହିର ଦିବାକର ବିଶ୍ୱର ବିଭିନ୍ନ ସ୍ଥାନରେ କ୍ରିକେଟ ଏକାଡେମୀ ଖୋଲିବାକୁ ୨୦୧୭ରେ ଧୋନୀଙ୍କ ସହ ଏକ ଚୁକ୍ତି କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଦିବାକର ଚୁକ୍ତି ପାଳନ କରିନଥିଲେ । ଯାହାକୁ ନେଇ ୨୦୨୧ ଅଗଷ୍ଟ ୧୫ରେ ଦିବାକରଙ୍କ ସହ ହୋଇଥିବା ଚୁକ୍ତିରୁ ଓହରିଥିଲେ ଧୋନୀ । ତେବେ ଆରକେ ସ୍ପୋର୍ଟ୍ସ ପକ୍ଷରୁ ଯେଉଁଭଳି ହେରଫେର କରାଯାଇଥିଲା ସେଥିରେ ଧୋନୀଙ୍କର ୧୫ କୋଟି ଟଙ୍କା କ୍ଷତି ହୋଇଥିବା କହିଥିଲେ ତାଙ୍କର ଓକିଲ ।