ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହସ୍ପିଟାଲରେ ଭର୍ତ୍ତି ।

922

କନକ ବ୍ୟୁରୋ : ଅଭିନେତା ମିହିର ଦାସ ଅସୁସ୍ଥ । ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ ଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ମିହିର ଦାସଙ୍କର କିଡନୀ ଜନିତ ସମସ୍ୟା ରହିଥିଲା । ବର୍ତ୍ତମାନ ସମୟରେ ଅଶ୍ୱିନୀ ହସ୍ପିଟାଲ ଭେଂଟିଲେଟରରେ ଅଛନ୍ତି ମିହିର ଦାସ । ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ଡାକ୍ତରୀ ଟିମ୍ । ତେବେ ଓଲିଉଡରେ ଅନେକ ଚଳଚିତ୍ରରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଖୁବଶୀଘ୍ର ମିହିର ଦାସ ସୁସ୍ଥ ହୋଇ ଫେରିଆସନ୍ତୁ ।