ଧିରେ ଧିରେ ପଡୁଛି ଶୀତ ପ୍ରଭାବ : ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ; ନିଳ ଜଳରାଶିରେ ହଜାର ହଜାର ବିଦେଶୀ ପକ୍ଷୀଙ୍କ ସମାଗମ

119

କନକ ବ୍ୟୁରୋ : ଶୀତଋତୁ ଆଗମନରେ ଚିଲିକା ନିଳ ଜଳରାଶିରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ । ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ । ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି । ଏଥିସହ ମୋବାଇଲ ଟିମ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ । ସେଥିପାଇଁ ଚିଲିକାରେ ପ୍ରସ୍ତୁତ ହୋଇ ରହିଛି ବନ ବିଭାଗ । ପକ୍ଷୀ ସୁରକ୍ଷା ଦିଗରେ ତିଖ୍ନ ନଜର ରଖିଛି ବନ ବିଭାଗ ।

ଅକ୍ଟୋବର ମାସରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ସୂଦୁର କାଶ୍ମୀରିର ଲଦାକରୁ ଗ୍ଲସି ଆଇବିସ, ଉପନ ବିଲିଷ୍ଟର୍କ, ଗ୍ରହେରନ, ଉ ଗ୍ରେଡ, ଷ୍ପଟ ବିଲ ଡଗ ପକ୍ଷୀ ପହଞ୍ଚି ଥିବା ବନ ବିବାଗ ତରଫରୁ ସୂଚନା ମିଳିଛି । ଚିଲିକାକୁ ପକ୍ଷୀମାନଙ୍କ ଆସିବାଖବର ପାଇ ବନ ବିଭାଗ ତାରସମସ୍ତ ପ୍ରସ୍ତୁତି ଆରମ୍ଭ କରି ସାରିଛି । ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ ।