ଚାଲ ଚିଲିକା ଯିବା, ବିଦେଶୀ ପକ୍ଷୀଙ୍କୁ ପାଖରୁ ଦେଖିବା । ଶୀତ ପାଇଁ ଲାଗିଲାଣି ଅତିଥୀଙ୍କ ଭିଡ…

117

କନକ ବ୍ୟୁରୋ: କୁହାଯାଏ କୁମାର ପୂର୍ଣ୍ଣିମା ପରେପରେ ଶୀତ ଆସେ । ଶୀତ ଆସିବା ସହ ଓଡିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୁଏ । ଶୀତ ଆସିଲା, ଅତିଥି ବି ଆସିଲେ । ମରାଳମାଳିନୀ ନୀଳାମ୍ବୁ ଚିଲିକାକୁ ଉଡଉଡି ଆସିଲେଣି ବିଦେଶୀ ଅତିଥି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଚିଲିକାର ରୂପକୁ ଆହୁରି ସୁନ୍ଦର କରୁଛି ବିଦେଶାଗତ ରଙ୍ଗବେରଙ୍ଗର ପକ୍ଷୀ । ଶୀତଋତୁ ଆରମ୍ଭରୁ ଚିଲିକାରେ ଆରମ୍ଭ ହୁଏ ବିଦେଶୀ ପକ୍ଷୀଙ୍କ ସମାଗମ । କିଚିରିମିଚିରି ଶବ୍ଦରେ ପୁରା ଚିଲିକା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ । ଆଉ ଏହାକୁ ଦେଖିବାକୁ ବହୁ ଦୂରଦୂରାନ୍ତରରୁ ପର୍ଯ୍ୟଟକଙ୍କ ଭିଡ ବି ଜମେ ।

ଚିଲିକା ଏସିଆ ମହାଦେଶର ସର୍ବବୃହତମ ଲୁଣାହ୍ରଦ ଏବଂ ଏହା ଭାରତର ପ୍ରଥମ ଆଦ୍ରଭୂମିଭାବେ ପରିଚିତ । ଚିଲିକା ତାର ନୀଳଜଳରାଶି ଓ ସୌନ୍ଦର୍ଯ୍ୟର ଗନ୍ତାଘର ପାଇଁ ପର୍ଯ୍ୟଟକ, କବି ଓ ଭାବୁକ ତଥା ଦାର୍ଶନିକମାନଙ୍କୁ ଆକୃଷ୍ଠ କରିଥାଏ । ସେଥିପାଇଁ ଦେଶବିଦେଶରେ ଚିଲିକା ନାମ ବିକ୍ଷାତ । ଜୈବ ବିବିଧତା କୌଣସି ହ୍ରଦରେ ଦେଖାଜାଉନଥିବାରୁ ଭରପୁର ଖାଦ୍ୟର ସମ୍ଭାରକୁ ଭୁଲି ନପାରି ଅନେକ ବିଦେଶାଗତ ପକ୍ଷୀ ଶୀତ ଋତୁରେ ଚିଲିକାକୁ ଆଗମନ କରିଥାନ୍ତି । ଚିଲିକାକୁ ସୁଦୁର ସାଇବେରିଆ, ମାଙ୍ଗୋଲିଆ ,ଇରାନ ପ୍ରଭୃତି ଦେଶ ମାନଙ୍କରୁ ବିଭିନ୍ନ ପ୍ରକାରର ପକ୍ଷୀମାନଙ୍କ ସମାଗମ ହୋଇଥଏ । ଏପରିକି ବାରହେଡେଟ ,ଭରସିନ ,ଉଇଜନ,ଗଡଓାଲ ,ନରଦନ.ଶୋଭଲର ,କମନ କୁଡ ଏହି ପ୍ରକାରର ପଷୀ ଦେଖିବାକୁ ମିଲିଥାଏ । ଆଉ ପକ୍ଷୀ ଅଭୟାରଣ୍ୟ ଚିଲିକାରେ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦରେ ଫାଟି ପଡେ ନୀଳ ଜଳ ।

ଚିଲିକାର ନଳବଣ ଓ ମଙ୍ଗଳାଯୋଡ଼ିରେ ଅଧିକ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି । ଅତିଥିଙ୍କ ସୁରକ୍ଷା ପାଇଁ ୨୧ଟି ଟିମ୍ ଗଠନ କରାଯାଇଛି । ବାଲୁଗାଁ ବନ୍ୟପ୍ରାଣୀ ଅଧିନ ୫ଟି ରେଞ୍ଜ ବାଲୁଗାଁ, ଟାଙ୍ଗୀ, ଚିଲିକା, ସାତପଡ଼ା ଓ ରମ୍ଭା ଆଦି ଅଂଚଳରେ ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ଟିମ୍ ଗୁଡିକ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ୍ରେ ଜଣେ ବନପାଳ ସହିତ ୩ଜଣ ସୁରକ୍ଷାକର୍ମୀ ରହିଛନ୍ତି । ୨୦୨୦-୨୦୨୧ରେ ଚିଲିକାକୁ ୧୨ ଲକ୍ଷ ୪୨ ହଜାର ୮୨୬ଟି ପକ୍ଷୀ ଆସିଥିଲେ । ୧୯୪ ପ୍ରଜାତିର ପକ୍ଷୀ ଆସିଥିଲେ । ଏବର୍ଷ ସୋଭଲର ପ୍ରିଂଟଲ, ଗଡ଼ୱାଲ, କମନକୁଟ୍ ଓ ଓପନବିଲ୍ ପ୍ରଜାତିର ପକ୍ଷୀଙ୍କ ସମାଗମ ହେଲାଣି ।