କନକ ବ୍ୟୁରୋ: ଦେଶରେ ପୁଣି ଫେରୁଛି ଗତବର୍ଷର ଚିତ୍ର । ପ୍ରବାସୀ ଶ୍ରମିକଙ୍କ ପାଇଁ କାଳ ସାଜିଛି କରୋନା ମହାମାରୀ । ଦୁଇ ପଇସା ରୋଜଗାରର ପନ୍ଥା ହାତରୁ ଖସିବାକୁ ଲାଗିଛି ଆଉ ଘରମୁହାଁ ହେଉଛନ୍ତି ପ୍ରବାସୀ । ଗତବର୍ଷ ଏତିକି ବେଳେ କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କଲେ ଲକ୍ଷଲକ୍ଷ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ ।
ଗତବର୍ଷ ସାରା ଦେଶରେ ଲାଗୁ ହୋଇଥିଲା ଲକଡାଉନ । ଲୋକେ ଘର ଭିତରେ ବନ୍ଦ ହୋଇ ରହିଲେ, କଳକାରଖାନା ସବୁ ଠପ୍ ହୋଇଗଲା । କରୋନାର ସଂକ୍ରମଣ ଭୟ ଭିତରେ ଜୀବନ ଓ ଜୀବିକା ଭିତରେ ଆରମ୍ଭ ହୋଇଗଲା ଯୁଦ୍ଧ । ସରକାରଙ୍କ ପାଇଁ ଜୀବନ ବଂଚାଇବା ଜରୁରୀ ଥିଲା ହେଲେ ଜୀବିକା ହରାଇ ଲୋକେ ଜୀବନ ଜିଇଁବାକୁ ସଂଘର୍ଷ କରୁଥିଲେ ।
ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ୬ଦିନିଆ ଲକଡାଉନ ଲାଗୁ ହେବା ପରେ ଆନନ୍ଦ ବିହାର ଓ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ସେହି ସମାନ ଦୃଶ୍ୟ । ରାଜଧାନୀ ଛାଡୁଛନ୍ତି ପ୍ରବାସୀ ଶ୍ରମିକ । ଘରକୁ ଫେରିବା ପାଇଁ ବସ ଷ୍ଟାଣ୍ଡ ଓ ରେଳଷ୍ଟେସନରେ ଘଂଟା ଘଂଟା ଧରି ଟିକେଟ ଖଣ୍ଡେ ପାଇବା ପାଇଁ ଅପେକ୍ଷା କରୁଛନ୍ତି । କାହାକୁ ଘରକୁ ଫେରିବା ପାଇଁ ଟିକେଟ ମିଳୁଛି ତ ପୁଣି କିଏ ନିରାଶ ହେଉଛି । କମ୍ ସମୟ ପାଇଁ ଲକଡାଉନ ଲାଗୁ କରାଯାଇଛି ତେଣୁ ଶ୍ରମିକମାନେ ଘରମୁହାଁ ହୁଅନ୍ତୁ ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କିନ୍ତୁ ଗତବର୍ଷ ଯେପରି କାମଧନ୍ଧା ହରାଇ, ଖାଇବାକୁ ପିଇବାକୁ ନପାଇ ମାଇଲ ମାଇଲ ବାଟ ଚାଲି ଚାଲି ଅତିକ୍ରମ କରିଥିଲେ ଲକ୍ଷାଧିକ ଶ୍ରମିକ । ଏଥର ଯେମିତି ସେହି ପରିସ୍ଥିତି ନଉପୁଯେ ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ପ୍ରବାସୀ ଶ୍ରମିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/migrants.jpeg)