କନକ ବ୍ୟୁରୋ: ପାରାଦୀପ ଷଣ୍ଢକୁଦ ବସ୍ତିରେ ଧସେଇ ପଶିଲେ ୮୦ ରୁ ଅଧିକ ପ୍ରବାସୀ ଶ୍ରମିକ । ସେମାନଙ୍କୁ ସଂଗରୋଧ କେନ୍ଦ୍ରରେ ରହିବାକୁ କହିବାରୁ ସ୍ଥାନୀୟ ଆଶାକର୍ମୀଙ୍କୁ ସେମାନେ ଦୁର୍ବ୍ୟବହାର ପ୍ରବାସୀ ଶ୍ରମିକମାନେ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକମାନେ ଫେରିବା ପରେ କ୍ୱାରେଂଟିନ ସେଂଟରକୁ ନଯାଇ ସିଧାସଳଖ ଘରକୁ ଯାଇଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ଆଶାକର୍ମୀ ସେମାନଙ୍କୁ ବାଧା ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଁଚିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/21-2.jpg)