ଫେରିଲାଣି କଟକଣା ପ୍ରବାସୀ ଓଡିଆଙ୍କ ଭିତରେ ବଢିଲାଣି ଭୟ । ଅବସ୍ଥା ଅସମ୍ଭାଳ ହେବା ଆଗରୁ ଟ୍ରେନ୍ ଓ ବସ୍ ଯୋଗେ ଫେରୁଛନ୍ତି ଓଡିଆ ।

227

କନକ ବ୍ୟୁରୋ: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ଦିନରୁ ମହାରାଷ୍ଟ୍ର ସର୍ବାଧିକ ସଂକ୍ରମିତ ରାଜ୍ୟ ହୋଇ ରହିଆସିଛି । ହେଲେ ଏଠାରେ ପ୍ରବାସୀ ଓଡିଆମାନେ ରହି କାମ କରୁଛନ୍ତି । ସେହିପରି ପଡୋଶୀ ଛତିଶଗଡ ଓ ଦିଲ୍ଲୀରେ ମଧ୍ୟ ସ୍ଥିତି ଅସମ୍ଭାଳ ହେଲାଣି । ଅନେକ ସ୍ଥାନରେ କଂଟେନମେଂଟ୍ ଜୋନ୍, ଲକାଡାଉନ ଓ ନାଇଟ କର୍ଫ୍ୟୁ ଭଳି କରୋନା କଟକଣା ଲାଗୁ କରାଯାଇଛି । ତେଣୁ ଏସବୁ ଅଂଚଳରେ କାମ କରୁଥିବା ପ୍ରବାସୀଙ୍କ ଭିତରେ ଛନକା ପଶିଛି ।

ଗତବର୍ଷ ଭଳି ପରିସ୍ଥିତି ସୃଷ୍ଟି ହେବା ଆଗରୁ ଆରମ୍ଭ ହୋଇଗଲାଣି ପ୍ରବାସୀଙ୍କ ପ୍ରତ୍ୟାବର୍ତନ । କୁହାଯାଉଛି ମହାରାଷ୍ଟ୍ରରୁ ଓଡିଶାର ଗଞ୍ଜାମକୁ ଶହଶହ ପ୍ରବାସୀ ଫେରିବା ଆରମ୍ଭ କରିଛନ୍ତି । ଯଦିଓ ଏମାନଙ୍କୁ ଆରଟିପିସିଆର ନେଗେଟିଭ ରିପୋର୍ଟ ଧରି ଆସିବାକୁ କୁହାଯାଇଛି । କିନ୍ତୁ ରେଳ ଷ୍ଟେସନରେ କେବଳ ଥର୍ମାଲ ସ୍କ୍ରିନିଂ କରି ଛାଡିି ଦିଆଯାଉଥିବା ଦେଖିବାକୁ ମିଳୁଛି । ତେଣୁ ଏହି ପ୍ରବାସୀମାନେ ପୁଣି ଓଡିଶାରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିର କାରଣ ପାଲଟି ପାରନ୍ତି ବୋଲି ମଧ୍ୟ ଆଶଙ୍କା କରାଯାଉଛି ।