ତାଲାବନ୍ଦ ବଢାଇଲା ଦାଦନଙ୍କ ଦୁଃଖ: ଖାଇବାକୁ ନପାଇ ରାସ୍ତାକୁ ଓହ୍ଲାଇଲେ ସୁରଟର ଶ୍ରମିକ; ଉତକ୍ଷିପ୍ତ ହୋଇ କଲେ ଭଂଗାରୁଜା ଓ ପୋଡାଜଳା

Advertisment
ତାଲାବନ୍ଦ ବଢାଇଲା ଦାଦନଙ୍କ ଦୁଃଖ: ଖାଇବାକୁ ନପାଇ ରାସ୍ତାକୁ ଓହ୍ଲାଇଲେ ସୁରଟର ଶ୍ରମିକ; ଉତକ୍ଷିପ୍ତ ହୋଇ କଲେ ଭଂଗାରୁଜା ଓ ପୋଡାଜଳା

କନକ ବ୍ୟୁରୋ: କରୋନା ମହାମାରୀକୁ ଦୂର କରିବା ପାଇଁ ଏପ୍ରିଲ ୧୪ ପର୍ୟ୍ୟନ୍ତ ସାରା ଦେଶରେ ବଳବତ୍ତର ରହିଛି ଲକଡାଉନ୍ । ଏହି ସମୟରେ ଗୁଜୁରାଟର ସୁରଟରେ ହଜାର ହଜାର ଶ୍ରମିକ ରାଜ ରାସ୍ତାକୁ ଓହ୍ଲାଇବା ସହ ଘରକୁ ଫେରିବା ପାଇଁ ଦାବି କରିଛନ୍ତି । ତେବେ ପରିସ୍ଥିତି ଏଭଳି ହୋଇଯାଇଛି କି ବିଭିନ୍ନସ୍ଥାନରେ ଜଳାପୋଡା କରିବାକୁ ମଧ୍ୟ ଏହି ଶ୍ରମିକାମାନେ ପଛେଇନାହାନ୍ତି । ଫଳରେ ପୋଲିସକୁ କିଛି ଲୋକଙ୍କୁ ଗିରଫ କରିବାକୁ ପଡିଛି । ତେବେ ଏହାପରେ ମାମଲା ଥଣ୍ଡା ହୋଇଥିବା ଜଣାପଡିଛି ।

publive-image

ସୂଚନା ଅନୁସାରେ, ଭାରତର ହୀରା ନଗରୀ କୁହାଯାଉଥିବା ସୁରତରେ ଆଜି ହଠାତ୍ ହାହାକାର ଖେଳିଯାଇଛି । ଲକଡାଉନ୍ ସମୟରେ ମଧ୍ୟ ସେମାନଙ୍କୁ ଘରକୁ ଫେରିବା ନିମନ୍ତେ ଅନୁମତି ଦିଆଯାଉ ବୋଲି ଦାବି କରି ଉଗ୍ର ଆଚରଣ ପ୍ରଦର୍ଶନପୂର୍ବକ କେତେକ ଠେଲାଗାଡ଼ି ପୋଡ଼ି ପକାଇଥିବାରୁ ସୁରତ ପୁଲିସ ପ୍ରାୟ ୮୦ଜଣ ପ୍ରବାସୀ ଶ୍ରମଜୀବୀଙ୍କୁ ଅଟକ ରଖିଛି। ଏହି ଶ୍ରମଜୀବୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଓଡ଼ିଶାବାସୀ। ଲକଡାଉନ୍ ଯୋଗୁଁ ସୁରତରେ ଅଟକି ରହିଥିବା ଶହ ଶହ ପ୍ରବାସୀ ଶ୍ରମଜୀବୀ ଶୁକ୍ରବାର ରାତିରେ ଲକସାନା ଅଞ୍ଚଳରେ କେତେକ ଠେଲାଗାଡ଼ି ଏବଂ ପୁରୁଣା ଟାୟାର ପୋଡ଼ାପୋଡ଼ି କରିଥିଲେ। ଘଟଣା ପରେ ପରେ ସମ୍ପୃକ୍ତ ଅଞ୍ଚଳରେ ବହୁସଂଖ୍ୟକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇ ପରିସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

publive-image

ଶହ ଶହ ଶ୍ରମଜୀବୀ ରାସ୍ତାକୁ ଉଠି ଆସି ଦାବି କରିଥିଲେ ଯେ ସେମାନଙ୍କୁ ଘରବାହୁଡ଼ା ନିମନ୍ତେ ବ୍ୟବସ୍ଥା ହେଉ। ସେମାନେ ଆହୁରି କହିଥିଲେ କି, ଯେଉଁ ସ୍ବେଚ୍ଛାସେବୀ ସଂଗଠନ ଖାଦ୍ୟ ପରିବେଷଣ କରୁଛି, ତାହା ସ୍ବାଦହିନ। ପୁଣି ସେ ଖାଦ୍ୟ ପାଇଁ ସେମାନଙ୍କୁ ଧାଡ଼ି ବାନ୍ଧିବାକୁ ପଡୁଛି। ବର୍ତ୍ତମାନ ସେ ଅଞ୍ଚଳବାସୀଙ୍କ ଗତିବିଧି ଉପରେ ଦୃଷ୍ଟି ରଖିବାକୁ ସୁରତ ପୁଲିସ କେତେଗୁଡ଼ିଏ ଡ୍ରୋନ୍ ମୁତୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe