ଆରମ୍ଭରୁ ଭିଟାମାଟି ମୋହ, ଏବେ ସୁରତ ଫେରିବାକୁ ତରତର: ସ୍ଥିତି ବିସ୍ଫୋରଣ ବେଳେ ନିଆଁ ମୁହଁକୁ ଡେଉଁଛନ୍ତି ଗଞ୍ଜାମ ଶ୍ରମିକ

Advertisment
ଆରମ୍ଭରୁ ଭିଟାମାଟି ମୋହ, ଏବେ ସୁରତ ଫେରିବାକୁ ତରତର: ସ୍ଥିତି ବିସ୍ଫୋରଣ ବେଳେ ନିଆଁ ମୁହଁକୁ ଡେଉଁଛନ୍ତି ଗଞ୍ଜାମ ଶ୍ରମିକ

କନକ ବ୍ୟୁରୋ: ଗୁଜୁରାଟର ସୁରତ ସହରରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ। ରାତି ପାହିଲେ ଗୋଟିଏ ପରେ ଗୋଟିଏ ଇଲାକା ନିଷିଦ୍ଧା˚ଚଳ ଘୋଷଣା ହେଉଛି। ଅଧିକା˚ଶ ସୂତାକଳ ଚାଲିପାରୁନି। ମାତ୍ର ଲକଡାଉନ୍ ଯୋଗୁଁ ଜୀବିକା ହରାଇ ୪ମାସ ତଳେ ସୁରତରୁ ଗଞ୍ଜାମକୁ ଫେରିଥିବା ଓଡ଼ିଆ ଶ୍ରମିକ ଏବେ ପୁଣି ସୁରତମୁହାଁ। ଗୁଜୁରାଟର ବାସ୍ତବ ସ୍ଥିତି ନ ଜାଣି ଜୀବନକୁ ବିପନ୍ନ କରି ଦଲାଲଙ୍କ ପ୍ରଲୋଭନ ଏବ˚ ରୋଜଗାରର ଆଶା ନେଇ ଗଞ୍ଜାମ ଫେରିଥିବା ଶ୍ରମିକ ଏବେ ନିଆଁ ମୁହଁକୁ ଡେଇଁବା ଭଳି ସୁରତ ଫେରିବା ଆରମ୍ଭ କରିଛନ୍ତି। ଶ୍ରମିକଙ୍କୁ ସୁରତକୁ ନେବା ଲାଗି ଦଲାଲ୍ମାନେ ଗଞ୍ଜାମ ଆସି ବିଭିନ୍ନ ହୋଟେଲରେ ଆଡ଼ା କରିଛନ୍ତି। ଏଥିସହ ଶ୍ରମିକଙ୍କୁ ହ୍ବାଟସଆପରେ ମେସେଜ୍ ପଠାଇ ସୁରତ ଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି।

ପ୍ରଥମେ ଶେରଗଡ଼ ଅ˚ଚଳର ୨୨ଜଣ ଶ୍ରମିକ ଏକ ବସ୍ ଯୋଗେ ଝାରସୁଗୁଡ଼ା ଦେଇ ସେଠାରୁ ଟ୍ରେନ୍ ଯୋଗେ ଗୁଜୁରାଟ ଯାଇଥିଲେ। ୪ଦିନ ତଳେ ଆସିକା ଓ ପୋଲସରା ଅ˚ଚଳର ୩୭ଜଣ ଶ୍ରମିକ ଆସିକାରୁ ଏକ ବସ୍ ଯୋଗେ ସୁରତ ଯାଇଥିଲେ। ଶ୍ରମିକମାନଙ୍କ ସୁରତ ଫେରିବା ଧାରା ଅବ୍ୟାହତ ରହିଥିବା ବେଳେ ଅଗାମୀ ଦିନରେ ପୁଣି ଏହା ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଲାଗି ବଡ଼ ସମସ୍ୟା ଛିଡ଼ା କରିବା ଆଶଙ୍କା ସୃଷ୍ଟି ହୋଇଛି।

ଯେତେବେଳେ ସୁରତରେ କରୋନା ପାଦ ଥାପୁଥିଲା ସେ ସମୟରେ ସୂତାକଳ ମାଲିକ କାରଖାନା ବନ୍ଦ କରିଦେଲେ। ଶ୍ରମିକମାନେ କାମ ହରାଇ ଗଞ୍ଜାମ ଫେରିଥିଲେ। ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ପ୍ରାୟ ୨ଲକ୍ଷ ୩୦ହଜାର ଶ୍ରମିକ ଫେରିଥିବା ବେଳେ ସେଥିରୁ ୭୦ପ୍ରତିଶତ ସୁରତ ଫେରନ୍ତା। ଶ୍ରମିକମାନେ ଫେରିବା ପରେ ଗଞ୍ଜାମର ସ୍ଥିତି ଦୋହଲି ଯାଇଛି। କରୋନା ମହାମାରୀର ପ୍ରକୋପ ଦିନକୁ ବଢ଼ିବାରେ ଲାଗିଛି। ଏପ୍ରିଲଠାରୁ ବର୍ତମାନ ମଧ୍ୟରେ ସୁରତ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି। କରୋନା କବଳରେ ରହିଛି ସୁରତ। ୯୦ପ୍ରତିଶତ ସୂତାକଳ ବନ୍ଦ ରହିଛି। ବାସ୍ତବ ସ୍ଥିତି ନ ବୁଝି ଶ୍ରମିକମାନେ ସୁରତ ଫେରୁଛନ୍ତି। ସୁରତ ପହ˚ଚିବା ପରେ କାମ ପାଇବେ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe