ମାଳଦ୍ୱୀପରେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : କେନ୍ଦ୍ରାପଡା ଅଲଇଲୋ ଗାଁରେ ଶୋକର ଛାୟା

109

କନକ ବ୍ୟୁରୋ : ମାଳଦ୍ୱୀପରେ ପ୍ରବାସୀ ଓଡିଆ ଶ୍ରମିକ ମୃତ । କେନ୍ଦ୍ରାପଡା ଜିଲ୍ଲା ଅଳେଇଲୋ ଗାଁର ସୁଧୀର ସେଠି ମାଲଦୀପରେ ଆଖି ବୁଜିଛନ୍ତି । ମାଳଦ୍ୱୀପର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗ୍ୟାସ ଟାଙ୍କି ଫାଟିବାରୁ ସୁଧୀରଙ୍କ ମୃତ୍ୟୁ ହୋଇଛି । ଏହି ଖବର ମିଳିବା ପରେ ପରିବାରରେ କାନ୍ଦ ବୋବାଳି ପଡିଥିବା ବେଳେ ଅଳେଇଲୋ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତକାଲି ମଧ୍ୟାହ୍ନରେ ସୁଧୀର ପରିବାର ଲୋକଙ୍କ ସହ କଥା ହୋଇ ଡ୍ୟୁଟିକୁ ଯାଇଥିଲେ ।

ସୁଧୀର ଓ ତାଙ୍କର ଜଣେ ସହକର୍ମୀ ସମୁଦ୍ର ମଝିରେ ଅଚଳ ହୋଇଥିବା ଏକ ଜାହାଜର ମରାମତି କରିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ କରି ଗ୍ୟାସ ଟାଙ୍କି ଫାଟି ଯାଇଥିଲା । ଘଟଣାସ୍ଥଳରେ ସୁଧୀର ସେଠୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସନ୍ଧ୍ୟାରେ କମ୍ପାନୀ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଜଣାଇଥିଲେ । ଘରର ରୋଜଗାରିଆ ପୁଅକୁ ହରାଇ ପରିବାରର ସମସ୍ତେ ଭାଙ୍ଗି ପଡିଛନ୍ତି । ମାଳଦ୍ୱୀପରୁ ସୁଧୀରଙ୍କ ମୃତଦେହ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କୁ ପରିବାର ଲୋକେ ନିବେଦନ କରିଛନ୍ତି ।