ଘରେ ପହଂଚିବା ପୂର୍ବରୁ ଟଳି ପଡିଲା ଦାଦନ କନ୍ୟା । ପ୍ରଶାସନ ସହାୟତାରେ ଘରେ ପହଞ୍ଚିଲା ମୃତଦେହ

223

କନକ ବ୍ୟୁରୋ : ଘରେ ପହଞ୍ଚିବା ପୂର୍ବରୁ ଟଳି ପଡିଲା ଦାଦନ ଝିଅ । ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ସୀମାନ୍ତ କାଲେରୁ ଗାଁ ନିକଟରେ । ମୃତକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ସିନାପାଲି ଗାଁର ୧୦ ବର୍ଷ ବୟସ୍କ ନାବାଳିକା ନେହା ବଣ୍ଡେଶ୍ୱର ।

ଲକଡାଉନ ଲାଗୁ ହେବା ପୂର୍ବରୁ ଗାଁରେ ପହଂଚିବାକୁ ହାଇଦ୍ରାବାଦରୁ ପରିବାରକୁ ସାଙ୍ଗରେ ଧରି କଳାହାଣ୍ଡି ବାହାରିଥିଲେ ଧାରୁବ ବଣ୍ଡେଶ୍ୱର । ମାଲକାନଗିରି ସୀମାବର୍ତି କାଲେରୁ ଗାଁ ନିକଟରେ ନେହା ଅସୁସ୍ଥ ହୋଇପଡିଥିଲା । ଛାତି ଓ ପେଟ ବ୍ୟଥା ହେଉଥିବା କହୁ କହୁ ବାପା ମାଆଙ୍କ ଆଗରେ ଆଖି ବୁଜି ଦେଇଥିଲା ଝିଅ । ଖବର ପାଇ ମୋଟି ତହସିଲଦାର ଶଶଙ୍କା ମିଶ୍ର, ଡାକ୍ତର ସରତ ଚନ୍ଦ୍ର ବେହେରା ଆନ୍ଧ୍ର ପହଂଚି ଶବ ଗ୍ରହଣ କରି ଓଡିଶା ଆଣିଥିଲେ । ତହସିଲଦାର , ଡାକ୍ତର, ଥାନା ଅଧିକାରୀ ଉପସ୍ଥିତ ରହି ଶବକୁ ସକ୍ରାର କରିିବା ସହ ଏକ ଗାଡିରେ ପରିବାରକୁ କଳାହାଣ୍ଡି ଜିଲ୍ଲା ସିନାପାଲି ପଠାଇଛନ୍ତି ।