ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଶ୍ରମିକଙ୍କ ଘର ବାହୁଡା । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ଘର ମୁହାଁ ପ୍ରବାସୀ ଶ୍ରମିକ । ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ ।

80

କନକ ବ୍ୟୁରୋ: ବଢି ବଢି ଚାଲିଛି ଶ୍ରମିକଙ୍କ ଦୁଃଖ । ନା ରୋଜଗାର ଅଛି ନା ଖାଇବାକୁ ଅଛି । କରୋନା ମହାମାରୀଠୁ ବଳିପଡିଛି ପେଟର ଭୋକ । ତାଲାବନ୍ଦ ଭିତରେ ଏବେ କେବଳ ସାହାରା ନିଜ ଭିଟାମାଟି । ଆଉ ନିଜ ଘରକୁ ଫେରିବା ପାଇଁ ବାହାରିଛନ୍ତି ଶହ ଶହ ଶ୍ରମିକ । ବସ୍ ଟ୍ରେନ ବା ଅନ୍ୟ କୌଣସି ସବାରୀ ନମିଳିଲେ ଚାଲି ଚାଲି ଯିବାକୁ କରିଛନ୍ତି ମନସ୍ଥ ।

ମୁଣ୍ଡ ଉପରେ ଧୁ ଧୁ ଖରା । ପେଟରେ ଅବୁଝା ଭୋକ । ନା ରୋଜଗାର ଅଛି ନା ଖାଇବାକୁ ଅଛି । ଆଉ ଏହାରି ଭିତରେ ଭିଟାମାଟିକୁ ଫେରିିବାକୁ ଚାଲିଛି ଅଭିଯାନ । ଅନ୍ୟ କୌଣସି ସାଧନ ନପାଇଲେ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ଅଂଟା ଭିଡିଛନ୍ତି ପ୍ରବାସୀ ଶ୍ରମିକ । ଗତ ବର୍ଷ ପରି ପୁଣି ଥରେ ତାଲାବନ୍ଦରେ ଫସିଯିବାକୁ ଚାହୁଁନାହାନ୍ତି । ସେଥିପାଇଁ ନିଜ ଭିଟାମାଟିକୁ ଫେରିବାକୁ ଆରମ୍ଭ କରିଛନ୍ତି । ଏପରି ସମୟରେ ବସ୍ରେ ଗୋଟିଏ ସିଟ ଯୋଗାଡ କରିବା ପାଇଁ ଚଢା ଦର ଦେବାକୁ ପଡୁଥିବା ମଧ୍ୟ ପ୍ରବାସୀ ଅଭିଯୋଗ କରିଛନ୍ତି ।

ଦିଲ୍ଲୀରେ ୧୯ତାରିଖ ସୋମବାରୁ ରାତି ୧୦ଟାରୁ ଲକଡାଉନ ଲାଗୁ ହେବା ପରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ହଜାରହଜାର ଶ୍ରମିକ ରୋଜଗାର ହରାଇ ନିଜ ନିଜ ଭିଟାମାଟିକୁ ଫେରିଛନ୍ତି । ଦିଲ୍ଲୀରେ ଲକଡାଉନ ପୁଣି ଅଧିକ ସମୟ ଧରି ଜାରି ରହିଲେ ଖାଇବାକୁ ବି ମିଳିବ ନାହିଁ ବୋଲି ଆଶଙ୍କା କରି ନିଜ ଗାଁକୁ ଫେରିଛନ୍ତି ।

ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ୬ଦିନିଆ ଲକଡାଉନ ଲାଗୁ ହୋଇଛି । ହେଲେ ୬ଦିନ ପରେ ବି କମାଧନ୍ଦା ନମିଳିବା ଆଶଙ୍କାରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ । ସେପଟେ ସେପେଟ ଦିଲ୍ଲୀ ପୋଲିସ କମିଶନର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଅନୁରୋଧ କରିଛନ୍ତି । ଏବଂ ସେମାନଙ୍କ ଜତ୍ନ ନିଆଯିବ ବୋଲି ପ୍ରତିଶ୍ରୁତ ମଧ୍ୟ ଦେଇଛନ୍ତି ।

ତାଲାବନ୍ଦ ଭିତରେ ନିଜ ଘରେ ପହଂଚିବା ପାଇଁ କିଏ ଟ୍ରେନ୍ରେ ଯାଉଛି ତ କିଏ ବସ୍ର ସହାୟତା ନେଉଛି । ହେଲେ ଏମିତି ବି ଶ୍ରମିକ ଅଛନ୍ତି ଯେଉଁମାନେ ଟ୍ରେନ ଓ ବସ୍ର ସୁବିଧା ପାଇ ପାରୁ ନାହାଁନ୍ତି । ଅର୍ଥ ଅଭାବରୁ ପାଦରେ ଚାଲିଚାଲି ଘରେ ପହଂଚିବା ପାଇଁ ଆଶା ବାନ୍ଧିଛନ୍ତି ।