ସୁରଟରୁ ଓଡିଶା ଆସିଲା ଟ୍ରେନ । ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଲେ ଶହ ଶହ ସୁରଟ ଫେରନ୍ତା, ଥର୍ମାଲ ସ୍କ୍ରିନିଂ ସହ ଲକ୍ଷଣ ଥିଲେ କରାଯାଉଛି ଆଣ୍ଟିଜେନ୍ ଟେଷ୍ଟ ।

332

କନକ ବ୍ୟୁରୋ: ସୁରଟରୁ ଓଡିଶା ଆସିଲା ଟ୍ରେନ । ଏହି ଟ୍ରେନରେ ସୁରଟରୁ ଗଞ୍ଜାମ ତଥା ରାଜ୍ୟର ଅନ୍ୟ ସ୍ଥାନକୁ ଶହ ଶହ ଓଡିଆ ଲୋକେ ଆସିଛନ୍ତି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଚାଲୁଥିବାରୁ ମାନସିକ ରଖିଥିବା ଲୋକେ ଘରକୁ ଫେରୁଛନ୍ତି । ଗୁଜରାଟ ଓ ମହାରାଷ୍ଟ୍ର ଅଚଂଳରୁ ବହୁ ଲୋକ ଆସୁଛନ୍ତି ଏହି ଟ୍ରେନରେ ।

ତେବେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ତମାନ ସଂକ୍ରମଣ ଉପରମୁହାଁ । ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୁରଟ ଫେରନ୍ତାଙ୍କ ଉପରେ ନଜର ରଖିଛି । ରେଳଷ୍ଟେସନରୁ ବାହାରୁଥିବା ପ୍ରତିଟି ସୁରଟ ଫେରନ୍ତାଙ୍କର ସ୍କ୍ରିନିଂ କରାଯାଉଛି । ଯେଉଁ ମାନଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଲେ ସେମାନଙ୍କର ଆଂଟିଜେନ୍ ଟେଷ୍ଟ କରାଯାଉଛି । ଏହା ପରେ ପଜିଟିଭ୍ ଆସିଲେ ସଂଗରୋଧରେ ରଖାଯିବ ।

ସେପଟେ ସୁରଟରେ ଥିବା ଓଡିଆଙ୍କୁ ଦିଆଯାଇଛି କରୋନା ଟିକା । ସୁରଟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ବେଳେ ଟିକାଦାନ ପ୍ରକିୟାକୁ ତ୍ୱରାନିତ କରାଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ୩ଟି ପଦକ୍ଷେପ ନିଆଯାଇଛି । ସେଗୁଡ଼ିକ ହେଲା ଟ୍ରେଷ୍ଟିଙ୍ଗ, ଟ୍ରିଟମେଂଟ, ଟ୍ରେସସିଂ । ସହରର ୨୩ଟି ଟିକା ଦାନ କେନ୍ଦ୍ରରେ ସେଠାରେ ରହୁଥିବା ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଶ୍ରମିକଙ୍କୁ ଡରିବାର ନାହିଁ ବୋଲି କହିଛନ୍ତି ସୂଚନା ପାଳିକା କମିଶନର ଶ୍ରୀ ବାଞ୍ଝାନିଧି ପାଣି ।