ସୋନୁ ସୁଦଙ୍କ ନାଁରେ ୱେଲଡିଂ ଦୋକାନ କରି ଚର୍ଚ୍ଚାରେ କେନ୍ଦ୍ରାପଡାର ଯୁବକ : ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ନିଆରା ଢଙ୍ଗରେ କୃତଜ୍ଞତା ଜଣାଇଲେ ଓଡିଆ ଯୁବକ  

210

କନକ ବ୍ୟୁରୋ : ସୋନୁ ସୁଦ ନାମରେ ଏକ ୱେଲଡିଂ ଦୋକାନ ଖୋଲି ଚର୍ଚ୍ଚାରେ କେନ୍ଦ୍ରପଡା ରାଜନଗର ବ୍ଲକ ଚିଂଚିରି ଗାଁର ପ୍ରଶାନ୍ତ କୁମାର ପ୍ରଧାନ । ଗତ ମେ ମାସରେ କେରଳ କାମ କରିବାକୁ ଯାଇ କରୋନା କଟକଣା ଯୋଗୁଁ ପ୍ରଶାନ୍ତ ଫସିଯାଇଥିଲେ । କେରଳରେ ଓଡିଆଙ୍କ ଅସୁବିଧା ନେଇ ସୋସିଆଲ ମିଡିଆରେ ଭିଡିଓ ଛାଡିବା ପରେ ସହାୟତା କରିବାକୁ ଆଗେଇ ଆସିଥିଲେ ସୋନୁ ସୁଦ । ଏକ ସ୍ୱତନ୍ତ୍ର ବିମାନରେ ଓଡିଶାର ୧୬୯ଜଣଙ୍କୁ ଭୁବନେଶ୍ୱର ପଠାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ପ୍ରଶାନ୍ତ ପ୍ରଧାନ । ଗାଁକୁ ଫେରି ଏବେ ସେ ସୋନୁ ସୁଦଙ୍କ ନାଁରେ ୱେଲଡିଂ ଦୋକାନ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି ।

ତେବେ ବଡ କଥା ହେଉଛି ଫୋନରେ ସୋନୁଙ୍କ ସହ କଥା ହୋଇ ସମ୍ମତି ଆଣି ତାଙ୍କ ନାମରେ ଦୋକାନ ଖୋଲିଥିବା କହିଛନ୍ତି ପ୍ରଶାନ୍ତ । ଏପରିକି ଗାଁକୁ ଫେରିବା ପରେ ବି ସୋନୁ ଫୋନ କରି ତାଙ୍କ ଭଲ ମନ୍ଦ ବୁଝିଥିବା ପ୍ରଶାନ୍ତ କହିଛନ୍ତି ।