ସୁରତରେ ପ୍ରବାସୀ ଓଡିଆଙ୍କ କରୋନାରେ ମୃତ୍ୟୁ । କୋଭିଡ-ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ୨୭ ବର୍ଷିୟ କୃଷ୍ଣଚନ୍ଦ୍ର ବିଷୋୟୀଙ୍କ ମୃତ୍ୟୁ ସୂଚନା । ଖବର ଶୁଣି ସ୍ତବ୍ଧ ପରିବାର, ଗାଁ ଆଖିରୁ ଝରୁଛି ଲୁହ ।

1,040

କନକ ବ୍ୟୁରୋ: ସୁରତରେ ପ୍ରବାସୀ ଓଡିଆ ଶ୍ରମିକଙ୍କର କରୋନାରେ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝରପାଲି ପଂଚାୟତ ବାଡୁକା ଗାଁର ମାତ୍ର ୨୭ ବର୍ଷ ବୟସର କୃଷ୍ଣଚନ୍ଦ୍ର ବିଷୋୟୀଙ୍କର ମୃତ୍ୟୁ ହୋଇଛି । ସୁରତର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ତେବେ ସେ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଏକ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ପ୍ରାୟ ୮ ଦିନ ହେବା ତାଙ୍କର ଚିକିତ୍ସା ଜାରି ରହିଥିଲା । ଆଜି ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ସେ ସେଠାରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ଆସିବା ପରେ କାନ୍ଦବୋବାଳିରେ ଫାଟି ପଡିଛି ସମ୍ପୂର୍ଣ୍ଣ ଗାଁ । ପୁଅକୁ ହରାଇ ବୁଢା ବାପା ଭୋ-ଭୋ ହୋଇ କାନ୍ଦୁଛନ୍ତି । ମୃତ କୃଷ୍ଣଙ୍କ କୁନି ପୁଅକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ସ୍ତ୍ରୀ ।