କଲବଲ କରୁଛି ଦାଦନ ସମସ୍ୟା: ୧୧ ମହିଳା ଓ ୮ ଶିଶୁଙ୍କ ସମେତ ୨୯ ଶ୍ରମିକଙ୍କୁ ଉଦ୍ଧାର କଲା ବଙ୍ଗୋମୁଣ୍ଡା ପୁଲିସ; ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ଦେଇ ଯାଉଥିଲେ ହାଇଦ୍ରାବାଦ

59

କନକ ବ୍ୟୁରୋ: ଦାଦନ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ବଙ୍ଗୋମୁଣ୍ଡା ପୋଲିସ । ଗତ ୨ ଦିନ ପୂର୍ବରୁ ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲଣ ହେଉଥିବା ଶ୍ରମିକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ ୨୯ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ୧୧ଜଣ ମହିଳା, ୧୮ଜଣ ପୁରୁଷ ଓ ୮ଜଣ ଶିଶୁ ଅଛନ୍ତି ।

ଶ୍ରମିକମାନେ ବଙ୍ଗୋମୁଣ୍ଡା ଥାନା ଛତରଙ୍ଗ ଗାଁର ହୋଇଥିବା ବେଳେ ସେମାନେ ମୁଣ୍ଡପିଛା ୩୬ ହଜାର ଟଙ୍କା ଅଗ୍ରୀମ ନେଇ ହାଇଦ୍ର୍ରାବାଦ ଯିବାର ଥିଲା । ଶ୍ରମିକମାନେ ୩ଟି ବୋଲେରୋ, ୨ଟି ଅଟୋରେ ବସି କଂଟାବାଜି ରେଳ ଷ୍ଟେସନରୁ ବାହାରିଥିଲେ । ସେଠୁ ଟ୍ରେନ ଯୋଗେ ହାଇଦ୍ରାବାଦ ଏକ ଇଟା ଭାଟିକୁ ଯିବାର ଥିଲା । ପୋଲିସ ସେମାନଙ୍କୁ ଅଟକ ରଖି ପଚରଉଚରା କଲା ପରେ ସେମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ଜାଣିବାକୁ ପାଇଛି ।