କନକ ବ୍ୟୁରୋ : ଥମୁନି ଦାଦନ ଦୁଃଖ! ସରକାରଙ୍କ ମାଳ ମାଳ ଯୋଜନା । ଗରିବ ମାନଙ୍କୁ ରୋଜଗାରକ୍ଷମ କରାଇବାକୁ ବିଭିନ୍ନ ଯୋଜନା ମାନ କରାଯାଇଛି । ହେଲେ ବହୁ ଗରିବ କିନ୍ତୁ ଏଥିରୁ ଉପକୃତ ହୋଇପାରୁନାହାନ୍ତି । ଗଂଜାମରେ ଦାଦନ ଖଟିବାକୁ ଯାଇ ୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭଂଜନଗର ଉପଖଣ୍ଡ ବାଲାକିଆରି ଗାଁ । ଗାଁର ଗରିବ ଅସହାୟ ଦିବ୍ୟାଙ୍ଗ ପିତାମ୍ବରଙ୍କ ସ୍ତ୍ରୀ ଗୋଲାପ ବାଙ୍ଗାଲୋର କାମ କରିବାକୁ ଯାଇଥିଲେ । ରୋଗାକ୍ରାନ୍ତ ହୋଇ ଗାଁକୁ ଫେରିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରୋଜଗାର ନଥିବା ବେଳେ ପରିବାର କିଭଳି ଚଳିବ ସେ ନେଇ ପରିବାରରେ ପଡିଛି ଭାଳେଣି । ସେହିଭଳି ଗାଁର ଆଇ କିଛି ଦାଦନଙ୍କ ମୃତ୍ୟୁ ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Advertisment

ରାଜ୍ୟରେ ମାଳ ମାଳ ସରକାରୀ ଯୋଜନା । କେହି ଆଉ ଗରିବ ରହିବେନି କି ବେରୋଜଗାର ରହିବେନି । ଏନେଇ କରାଯାଇଥିବା ସମସ୍ତ ସୁବିଧାରୁ କିଭଳି ଏହି ଗରିବ ବଂଚିତ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ପ୍ରତିଦିନ ବହୁ ଗରିବ ପରିବାର ପେଟ ପାଟଣା ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ବିଭିନ୍ନ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ପ୍ରତିଥର ନିର୍ବାଚନ ଆସିଲେ ଗାଁକୁ ନେତାମନ୍ତ୍ରୀଙ୍କ ସୁଅ ଛୁଟିବା ସହିତ ମାଳ ମାଳ ପ୍ରତିଶ୍ରୁତି ମିଳୁଛି । ହେଲେ ସବୁ କେବଳ ଫାଇଲର ନାଲି ଫିତା ତଳେ ରହିଯାଉଛି ।