ବିଜେପି ସାଂସଦଙ୍କ ଅଭିଯୋଗ, ପ୍ରବାସୀଙ୍କ ଉପରେ ନାହିଁ ସରକାରଙ୍କ ନଜର : ଗାଁରେ ସଂକ୍ରମଣ ବଢ଼ାଉଛନ୍ତି ବାହାର ଫେରନ୍ତା

ସେପଟେ ବିଜେଡ଼ି କହିଲା ବିଡିଓ, ତହସିଲଦାରଙ୍କ ପ୍ରୟାସରେ କରାଯାଉଛି ଟେଷ୍ଟି ଓ ସାନିଟାଇଜେସନ

209

କନକ ବ୍ୟୁରୋ : ଗାଁ ଗାଁରେ କରୋନା ବ୍ୟାପିବାରେ ଲାଗିଛି । ବିଜେପି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ପ୍ରବାସୀ ଶ୍ରମିକ ଫେରିବା ପରେ ଗାଁରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ଗତବର୍ଷ ଭଳି ଅସ୍ଥାୟୀ କ୍ୱାରେଂଟିନ ସେଂଟର ଖୋଲିବା ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ଟେଷ୍ଟିଂ ବୃଦ୍ଧି କରିବା ସହିତ କ୍ରାଇସିସ ମ୍ୟାନେଜମେଂଟ କମିଟି ଗଠନ କରିବା ଉପରେ ସେ ଜୋର ଦେଇଛନ୍ତି । କରୋନା ସଂକ୍ରମଣ ଏବେ ଗାଁ ମୁହାଁ ହୋଇଥିବାରୁ ଗାଁରେ ସ୍ୱାସ୍ଥ୍ୟସେବା ସୁବିଧା ଉପଲବ୍ଧ କରିବା ଉପରେ ସେ ଜୋର ଦେଇଛନ୍ତି ।

ଏପଟେ ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହାର ଜବାବ ରଖିଛନ୍ତି । ଗ୍ରାମାଂଚଳରେ ଅଭିଯୋଗ ଆସିଲେ କ୍ୟାମ୍ପ କରି ଟେଷ୍ଟି କରାଯିବା ସହ ବିଡିଓ ଏବଂ ତହସିଲଦାରଙ୍କ ପ୍ରୟାସରେ ଟେଷ୍ଟିଂ ଓ ସାନିଟାଇଜେସନ କରାଯାଉଥିବା ସେ ସୂଚନା ଦେଇଛନ୍ତି ।