ଚାଲନି , ଥାନାକୁ ଆସ । କେହି ଚାଲିବେନି ଓଡିଶା ମାଟିରେ । ରାସ୍ତାରେ ଚାଲି ଚାଲି ଯାଉଥିଲେ ନିକଟସ୍ଥ ଥାନାକୁ ଜଣାନ୍ତୁ, ବସରେ ଘରକୁ ଯାଆନ୍ତୁ… ପାଦଚଲା ଶ୍ରମିକଙ୍କ ପାଇଁ ବଡ ସୂଚନା ଦେଲେ ପୋଲିସ ଡିଜି ।

1,048

କନକ ବ୍ୟୁରୋ: କେହି ଚାଲିବେନି ଓଡିଶା ମାଟିରେ । ଓଡିଶା ମାଟିରେ କେହି ଶ୍ରମିକ ଚାଲିଚାଲି ଯିବେ ନାହିଁ । ପାଦଚଲା ଶ୍ରମିକଙ୍କ ପାଇଁ ଭଲ ଖବର । ଓଡିଶାରେ ଆଉ କେହି ଚାଲି ଚାଲି ଯିବେନି । ରାସ୍ତାରେ ଚାଲି ଚାଲି ଯାଉଥିଲେ ସେମାନଙ୍କ ପାଇଁ ବ୍ୟବସ୍ଥା ହେବ । କୌଣସି ଶ୍ରମିକ ଯଦି ପାଦରେ ଚାଲି ଓଡିଶା ଆସୁଥାନ୍ତି କିମ୍ବା ବାହାର ରାଜ୍ୟକୁ ଯାଉଥାନ୍ତି ତେବେ ସେମାନଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପାଦଚଲା ଲୋକଙ୍କୁ ପୋଲିସ ସାହାଯ୍ୟ କରିବ ଆଉ ସେମାନଙ୍କ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ବୋଲି ଆଜି ପୋଲିସ ଡିଜି କହିଛନ୍ତି ।

ତେବେ ରାସ୍ତାରେ ଚାଲି ଚାଲି ଯାଉଥିବା ଶ୍ରମିକ କିମ୍ବା ଲୋକ, ନଚାଲି ପୋଲିସକୁ ଫୋନ କରନ୍ତୁ ବୋଲି ଡିଜିପି କହିଛନ୍ତି । ଟୋଲ ଫି ନମ୍ବରରେ ଶ୍ରମିକ ଜଣାଇପାରିବେ କିମ୍ବା ନିକଟସ୍ଥ ଥାନାକୁ ଯାଇ ଜଣାଇଲେ ପୋଲିସ ସେମାନଙ୍କ ଯିବା ବ୍ୟବସ୍ଥା କରିବ । କେମିତି ସେମାନଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଯିବ ସେ ବ୍ୟବସ୍ଥା ପୋଲିସ କରିବ ।

ତେଣୁ ବାହାର ରାଜ୍ୟରୁ ଓଡିଶା ଆସୁଥିଲେ କିମ୍ବା ଓଡିଶାରୁ ଚାଲି ଚାଲି ଯାଉଥିଲେ ସମସ୍ତଙ୍କୁ ସୁବିଧା ଦିଆଯିବ । ଯଦି କେହି ରାଜ୍ୟ ବାହାରୁ ଓଡିଶାକୁ ଫେରୁଛନ୍ତି ତେବେ ସେମାନେ ଚେକ ପୋଷ୍ଟ ପାଖରେ ପହଞ୍ଚିଲେ ସେମାନଙ୍କୁ ତାଙ୍କ ଘରେ ପହଞ୍ଚାଇ ଦିଆଯିବ ବା ଓଡିଶା ଭିତରେ ଅଧା ରାସ୍ତାରେ ଥିଲେ ପୋଲିସକୁ ଜଣାଇଲେ ବସରେ ନିଆଯିବ । ଆଉ ଯଦି କୌଣସି ଶ୍ରମିକ ଓଡିଶାରୁ ବାହାର ରାଜ୍ୟକୁ ଯାଉଛନ୍ତି ତେବେ ସେମାନଙ୍କୁ ସୀମାରେ ଛାଡି ଦିଆଯିବ । ନିଜ ଗନ୍ତବ୍ୟସ୍ଥଳ ନୁହେଁ ଉକ୍ତ ରାଜ୍ୟର ସୀମାରେ ଛାଡିବ ପୋଲିସ ।

ତେବେ ସମସ୍ତ ଶ୍ରମିକଙ୍କୁ ବସରେ ନିଆଯିବ । ଶ୍ରମିକଙ୍କୁ ନିଜ ଗନ୍ତବ୍ୟସ୍ଥଳକୁ ନେଲାବେଳେ ସେମାନଙ୍କ ଖାଇବା ବ୍ୟବସ୍ଥା ମଧ୍ୟ କରାଯିବ । ପରିବହନ ବେଳେ ଶ୍ରମିକଙ୍କ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଦିଆଯିବ ବୋଲି ଡିଜିପି କହିଛନ୍ତି । ତେବେ ପ୍ରାଥମିକ ସ୍ତରରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧାରେ ଏହି ବସ ବ୍ୟବସ୍ଥା କରାଯାଇଛି ।

ରାଜ୍ୟରେ କୌଣସି ଶ୍ରମିକ ଚାଲିକି ଯିବେ ନାହିଁ

#ଚାଲନି_ପୋଲିସକୁ_କୁହରାଜ୍ୟରେ କୌଣସି ଶ୍ରମିକ ଚାଲିକି ଯିବେ ନାହିଁ । ଓଡିଶା ମଧ୍ୟକୁ ପ୍ରବେଶ କଲା ମାତ୍ରେ ଶ୍ରମିକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ, ବାହାର ରାଜ୍ୟର ଲୋକ ଥିଲେ ସେମାନଙ୍କୁ ନିଜ ରାଜ୍ୟରେ ପହଂଚାଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି : ପୋଲିସ ମହାନିର୍ଦ୍ଦେଶକ #CoronaVirus #COVID19 #Odisha #PoliceDGP

Posted by Kanak News on Friday, May 15, 2020