କେବେ ସରିବ ଶ୍ରମିକଙ୍କ ଦୁଃଖ? ଅଧା ରହିଗଲା ଘର ବାହୁଡା...ଚାଲି ଚାଲି ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରୁଥିବା ରାସ୍ତାରେ ଟଳିପଡିଲେ ଶ୍ରମିକ

Advertisment
କେବେ ସରିବ ଶ୍ରମିକଙ୍କ ଦୁଃଖ? ଅଧା ରହିଗଲା ଘର ବାହୁଡା...ଚାଲି ଚାଲି ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଫେରୁଥିବା ରାସ୍ତାରେ ଟଳିପଡିଲେ ଶ୍ରମିକ

କନକ ବ୍ୟୁରୋ: ରାସ୍ତା ଉପରେ ଟଳି ପଡିଲେ ପ୍ରବାସୀ ଶ୍ରମିକ । ଚାଲି ଚାଲି ଘରକୁ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲା ସୋର ନିକଟରେ ଘଟିଛି ଏହି ଦୁଃଖଦ ଘଟଣା । ୧୬ ନଂବର ଜାତୀୟ ରାଜପଥର ବରଫକଳ ଛକ ନିକଟରେ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ପଶ୍ଚିମବଙ୍ଗର ଇଲୟର ମହମ୍ମଦ । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ଜଣାପଡିନାହିଁ ।

publive-image

ଇଲୟର ମହମ୍ମଦ ଓ ତାଙ୍କ ପୁତୁରା ହାଇଦ୍ରାବାଦରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଲାବନ୍ଦ ଯୋଗୁଁ ଦାଦା ପୁତୁରା ହାଇଦ୍ରାବାଦରୁ ଚାଲି ଚାଲି ପଶ୍ଚମବଙ୍ଗ ବାହାରିଥିଲେ । ହେଲେ ସୋର ନିକଟରେ ଇଲୟର ମହମ୍ମଦଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଜବତ କରି ସୋର ମେଡିକାଲକୁ ପଠାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe